
କୋଇଡା (ସଞ୍ଜୟ ବେହେରା) : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଏରିଆନ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି I ମିଳିଥିବା ସୂଚନା ଅନୁଯାଇ କମଣ୍ଡ ସ୍ଥିତ ଷ୍ଟିଲ ପ୍ଲାଣ୍ଟ ରେ କାର୍ଯ୍ୟରତ ଡିଜେ ସ୍କ୍ରIପ ନାମକ ଠିକା ସଂସ୍ଥା ର କର୍ମଚାରୀ ମାନେ କୋଇଡା ରୁ ଏକ ଓମିନି ଗାଡି ନମ୍ବର ଜେଏଚ ୦୫ବିୟୁ ୩୪୧୬ ଯୋଗେ କମଣ୍ଡ ଷ୍ଟିଲ ପ୍ଲାଣ୍ଟ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଓଡି୧୯କ୍ଯୁ ୦୯୭୮ନମ୍ବର ହାଇୱା ଗାଡି ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଓମିନି ଚାଳକ ଅଭିମନ୍ୟୁ କୁମାର ଓ ସାଜନ କୁମାର ଙ୍କ ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା I ଖବର ପାଇ କୋଇଡା ପୋଲିସ ଘଟଣା ସ୍ଥଳରେ ରେ ପହଂଚି ଅନ୍ୟ ଚାରି ଜଣ ଗୁରୁତର ଆହତ ରାହୁଲ କୁମାର ଶର୍ମା (୩୪), ଅର୍ଜୁନ କୁମାର ଯାଦବ (୩୨), ଶ୍ରୀକାନ୍ତ କୁମାର (୩୨), ସଞ୍ଜୟ ପ୍ରସାଦ (୨୯) ଙ୍କୁ ଉଦ୍ଧାର କରି କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ I ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତର ଆହତଙ୍କୁ ରାଉରକେଲା ସ୍ଥାନାନ୍ତର କରିଛନ୍ତି I ସମସ୍ତ ଗୁରୁତର ଆହତ ଏବଂ ମୃତକ ମାନେ ବଡ଼ବିଲ,ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତର ପ୍ରଦେଶ ର ବାସିନ୍ଦା ହୋଇଥିବା ଜଣାପଡିଛି ।