
ଅଳକୁଣ୍ଡ (ସରୋଜ କୁମାର ଧଳ) : ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବିଞ୍ଝାରପୁର ଭାଗବତ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା କୃଷକ ବିକାଶ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଧିରେନ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କୃଷକ ବିକାଶ ପରିଷଦର ପ୍ରତିଷ୍ଠାତା ଅମର ବଲ୍ଲଭ ସାହୁ ଏବଂ ସଂଗଠନ ର ଅଧକ୍ଷ ବିଜୟ କୁମାର ଦେବତା ଯୋଗ ଦେଇଥିଲେ।ଏହି ବୈଠକରେ ଚାଷୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରାଯାଇଥିଲା। ଉପଯୁକ୍ତ ସଚେତନତା ଅଭାବରୁ ଚାଷୀ ମାନେ ବିଭିନ୍ନ ସରକାରୀ ଯୋଜନା ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳରୁ ବଞ୍ଚିତ ହେଉଛନ୍ତି। ତେଣୁ କରି ଏହା କିଭଳି ଦୂର ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅମୂଲ୍ୟ ଦାସ୍, ନିରଞ୍ଜନ ନାୟକ,ଗୋପାଳ ସାହୁ, ନିରଞ୍ଜନ ରାଉତ,ଗୋବର୍ଦ୍ଧନ ନାୟକ, କିଶୋର ଦାସ, କୈଳାଶ ସାମଲ,ବିଶ୍ୱଜିତ୍ ରାଉତ, ଦୀପ୍ତି ସ୍ୱାଇଁ, ଶୁଭକାନ୍ତ ନାୟକ, ଡ ଶୁକଦେବ ଢ଼ାଲି, ଶ୍ରୀବନ୍ତ ବାରିକ, ଉମେଶ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଞ୍ଝାରପୁର ଅଞ୍ଚଳର ବିଭିନ୍ନ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଦେବିଦତ୍ତ ସାମଲ, ଚନ୍ଦ୍ର ନାରାୟଣ ଦାସ୍, ପାର୍ଥସାରଥୀ ବାରିକଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।