
ନୂଆପଡା (ମିଖାଏଲ ନନ୍ଦ) : ଇଭାଞ୍ଜେଲିକାଲ୍ ହସ୍ପିଟାଲ୍ ସୋସାଇଟି, ଖଡିଆଳଠାରେ ୪୪ ବର୍ଷର ସେବା, କର୍ମମୟ ଜୀବନ ପରେ ଖ୍ରୀଷ୍ଟଦାସ୍ ସେନାପତି ଉଲ୍ଲେଖନୀୟ ଅବଦାନ ଅତୁଳନୀୟ ଅଟେ। ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ, ଭାବରେ କାର୍ଯ୍ୟ କରିଥିଲେ।ସେନାପତି ୧ ଜୁଲାଇ ୧୯୮୧ରେ ଇଭାଞ୍ଜେଲିକାଲ୍ ହସ୍ପିଟାଲ୍ରେ ଯୋଗଦେଇଥିଲେ। ସେ ତାଙ୍କର ବୃତ୍ତିଗତ ଯୋଗ୍ୟତା ବୃଦ୍ଧି କରି, ଏମ୍.ଏସ୍.ସି. ନର୍ସିଂ, ଏମ୍.ଏ. (ପବ୍ଲିକ୍ ଆଡମିନିଷ୍ଟ୍ରେସନ୍) ଓ ନର୍ସିଂ ଆଡମିନିଷ୍ଟ୍ରେସନ୍ ଶିକ୍ଷା ହାସଲ କରିଥିଲେ।
ସୋମବାର ସକାଳେ ହସ୍ପିଟାଲ୍ ଚାପେଲରେ ଅନୁଷ୍ଠିତ ହୋଇଥିବା ଏକ ବିଦାୟ ସମାରୋହରେ ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ସେନାପତିଙ୍କୁ ସମ୍ମାନ ଜଣାଇଥିଲେ ଏବଂ ତାଙ୍କର ଭବିଷ୍ୟତ୍ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଡା. ଅଜିତ ସିଂହ, ପ୍ରସିଦ୍ଧ ସର୍ଜନ୍ ଏବଂ ପୂର୍ବତନ ନିର୍ଦ୍ଦେଶକ, ଇଭାଞ୍ଜେଲିକାଲ୍ ହସ୍ପିଟାଲ୍ ସୋସାଇଟି, ସେନାପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଡା. ନିତୀଶ ପି. ଚୌଧୁରୀ, ଅର୍ଥୋପେଡିକ୍ ବିଶେଷଜ୍ଞ ଏବଂ ଇଭିଏସ୍ର ହସ୍ପିଟାଲ୍ ସୁପରିଣ୍ଟେଣ୍ଡେଣ୍ଟ, ସେନାପତିଙ୍କୁ ସ୍ମୃତି ସ୍ୱରୂପ ଏକ ଚିତ୍ର ଉପହାର ଦେଇଥିଲେ।