କୋରାପୁଟ (ପ୍ରଶାନ୍ତ ଟାକ୍ରୀ) : ସ୍ଥାନୀୟ କୋରାପୁଟ ସ୍ଥିତ ଡି ଏ ଭି ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦିଆ ତାରା ଭାବେ ଅନୁଷ୍ଠିତ ହୋଇଯାଇଛି l ଅତିଥି ଭାବେ ଭିଡ଼ି ବିଶ୍ଵବିଦ୍ୟାଳୟର ରେଜିଷ୍ଟର ମହେଶ୍ବର ନାୟକ ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷପ୍ରଫେସର ଦେବେନ୍ଦ୍ର କୁମାର ସେଠୀ ସଭାପତି ଚନ୍ଦନ କୁମାର ଗମାଙ୍ଗ ସଂପlଦକ ପ୍ରଭଞ୍ଜନ ନାୟକଯୋଗ ଦେଇଥିବା ବେଳେ ସୁଶ୍ରୀ ପ୍ରଜ୍ଞା ପରମିତl ସାମନ୍ତରl ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ର ସଂସଦ ଉପଦ୍ଦେଷ୍ଟl ଡ ପୂର୍ଣ୍ଣଚନ୍ଦ୍ର ତନ୍ତୀ ଯୋଗଦେଇଥିଲେ l ଅତିଥି ଗଣ ଆଜିର ଡିବସ ର ଉପରେ ଆଲୋକପାତ କରିବା ସହ ମହାବିଦ୍ୟାଳୟ ର ଉତ୍ତରତ୍ତୋର କାମନା କରିଥିଲେ l ଏହି ମହାବିଦ୍ୟାଳୟ ରୁ ଉର୍ତ୍ତିଁନ ଛାତ୍ର ଛାତ୍ରୀ ଆଗାମୀ ଭବିଷ୍ୟତ ରେ ଜଣେ ଜଣେ ଶିକ୍ଷକ ରୂପେ ଦେଶ ଭବିଷ୍ୟତ ଗଠନ ରେ ମୂଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଆଟିଥି ଗଣ କହିଥିଲେ l ପରେ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ଏ ଉପଲକ୍ଷେ ସଂକୃତିକ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l