ବୈଶିଙ୍ଗା ରୁ ଭୀମଦା ରାସ୍ତା ସାଜିଛି ମରଣ ଯନ୍ତା
ମୟୁରଭଞ୍ଜ ଜିଲ୍ଲା 18 ନଂ ଜାତୀୟ ରାଜପଥ କୁ ସଂଯୋଗ ହୋଇଥିବା ବୈଶିଙ୍ଗା ରୁ ଠାକୁର ମୁଣ୍ଡା ମୁଖ୍ୟ ରାସ୍ତା ଟି, ବୈଶିଙ୍ଗା ରୁ ଭୀମଦା ପର୍ଯ୍ୟନ୍ତ ନୂତନ ସଡ଼କ ନିର୍ମାଣ କାର୍ଯ୍ୟ ଆଜିକୁ ତିନି ବର୍ଷ ହେବ ସରିବାରେ ନାଁ ନେଉନି,ରାସ୍ତା ରେ ଯିବା ଆସିବା କରିବାର ବାଟଇ,ନାହିଁ ନଥିବା ଅସୁବିଧା ଭଗ କରୁଛନ୍ତି, କିନ୍ତୁ ବଡ଼ ଦୁଃଖ ର ବିଷୟ, ଏହି ନିର୍ମାଣ କାର୍ଯ୍ୟ ଏତେ ନିମ୍ନ ମାନର ହେଉଛି ଯେ ଯେଉଁଠି ପିଚୁ କରାଯାଉଅଛି, ସେଇଠି ଦୁଇମାସ ଯାଉନି ସେ ପିଚୁ ଉଠି ଯାଇ ସଡ଼କ ଖାଲ ହେଇଯାଉଛି, ନୂଆ ପିଚୁ ଦୁଇ ମାସ ରେ ଫାଟିକି ଆଁ,ମାଟି ଉପରେ ଚିପ୍ସ ଓ ଡଷ୍ଟ ଗୁଣ୍ଡ ପତଳା କି ମେଲେଇ ଦେଇ ତା ଉପରେ ପିଚୁ ମେଲା ଯାଇଅଛି ତାହା ପୁଣି ଗୋଟିଏ ସ୍ଥର ଯାହା କି ରାସ୍ତା ରେ ଦୁଇଟି ସ୍ଥର ପିଚୁ ରହିବା କଥା କିନ୍ତୁ ଏଠି ଗୋଟିଏ ସ୍ଥର ପିଚୁ ମେଲେଇ କଣ୍ଟ୍ରାକ୍ଟର ବିଲ ନେଇ ଚମ୍ପଟ, କନିଷ୍ଠ ଯନ୍ତ୍ରୀ (JE )ଙ୍କୁ ପଚାରିବାରୁ ଉତ୍ତର ଆସେ ମୁଁ କିଛି ଜାଣେନାହିଁ,AE ଙ୍କୁ ପଚାରିବାରୁ ସେ କୁହନ୍ତି କାମ ତ ଚାଲିଛି ହେଇଯିବ, ଏଇଠୁ ଜଣା ପଡୁଛି ଅଧିକାରୀ ଓ କଣ୍ଟ୍ରାକ୍ଟର ମଧ୍ୟ୍ୟ ରେ ମଧୁ ଚନ୍ଦ୍ରିକାରେ କାମ ଚାଲୁ ଅଛି, ଏଠି ଅଧିକାରୀ ମାନେ ମୋଟା ଅଙ୍କ ର ପିସି ନେଇ ପକେଟ ପୁରା ଗରମ କରି କାମ କରୁଅଛନ୍ତି ,ନହେଲେ ଉତ୍ତର ରେ ମୁଁ କିଛି ଜାଣେନି ବୋଲି ନକହି, କାମର ତଦନ୍ତ କରାଯାଇ, ସଠିକ କାମ ପାଇଁ ନିର୍ଦ୍ଦେଶ ଦିଆଯାଇଥାନ୍ତା.।
ସରକାର କା ମାଲ୍ ଦରିଆ ମେ ଡାଲ୍
ଦେଖିବାକୁ ବାକି ରହିଲା ଆଉ କେତେ ବର୍ଷ ପରେ ଏହି ରାସ୍ତା କାମ ସରିବ.।
ଆଉ କିଛି ଦସ୍ତାବିଜ ଅନ୍ୟ ଏକ ଖବର ରେ ଉପସ୍ଥାପନା କରାଯିବ.।
ମୟୁରଭଞ୍ଜ ବଡ଼ସାହି ରୁ ଅଜିତ ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
