
ମୋରମ୍ ବୋଝେଇ ଟ୍ରାକ୍ଟର ସହ ଜେସିବି ମେସିନ ଜବତ
___________________
ସାରସକଣା,(୨୮/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାରେ ଥାନା ଅଧିକାରୀ ଭାବେ ନୂତନ କରି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଯୋଗ ଦାନ କରିବା ଦିନ ପାଖରୁ ବିଭିନ୍ନ ଚୋରା ବେପାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାର ନଜର ଦେଖିବାକୁ ମିଳିଛି । ଥାନା ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ କରୁଥିବାରୁ ଅଞ୍ଚଳର ଚ଼ୋରା କାରବାରରେ ଲିପ୍ତ ଥିବା ମାଫିଆ ମାନଙ୍କ ମଧ୍ୟରେ ଛନକା ପଶି ଯାଇଛି । ଥାନା ଅଧିକାରୀ ଇତି ମଧ୍ୟରେ ଚୋରା ବାଲି ଚାଲାଣ, ଟ୍ରାକ୍ଟର, ହାଇୱା, ଧଳା ପଥର ଟ୍ରକ୍,ଗଞ୍ଜେଇ ବେପାରୀଙ୍କ ଉପରେ ଜୋରଦାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ପୋଲିସ ଏବେ ପୁଣି ସକ୍ରୀୟ ହୋଇ ଚୋରା ମୋରମ୍ ମାଫିଆଙ୍କୁ ସାବାଡ଼ କରିଛି। ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଝାରପୋଖରିଆ ଥାନା କେସ୍ ନମ୍ବର ୨୨୦/୨୬ ଅନୁଯାୟୀ ଜଣା ପଡ଼ିଛି ଯେ ଝାରପୋଖରିଆ ଥାନା ଅଧିକାରୀ ଗତକାଲି ସୋମବାର ୨୭ ତାରିଖ ବିଶେଷ ସୂତ୍ରରୁ ଖବର ପାଇ ସଦଳେବଳେ ଉକ୍ତ ଥାନା ଅଧିନସ୍ତ ଭୁରଷାଣୀ ପଞ୍ଚାୟତ ନୁହାମାଳିଆ ଗ୍ରାମର ଏକ ମୋରମ୍ ଖାଦାନ ଉପରେ ଅତର୍କିତ ଭାବେ ଚଢ଼ଉ କରି ମୋରମ୍ ଉତ୍ତୋଳନ କରୁଥିବା ଏକ ଜେସିବି ମେସିନ ସହ ଏକ ମୋରମ୍ ବୋଝେଇ ଟ୍ରାକ୍ଟର(ଓ.ଡ଼ି.୧୧ ଜେ ୨୩୨୭)କୁ ଜବତ କରି ଥାନାକୁ ଆଣିଛନ୍ତି ।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
