
ମହୁଲିଆ ପାବନ ସରୋବରରେ ଗଛତଳେ ” ଶ୍ରଦ୍ଧା ମିଳନ ” ଓ଼ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ବିଶ୍ୱ ଯୋଗ ଦିବସ ପାଳନ :
*********************************
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ କାର୍ଯ୍ୟକ୍ରମ ମହୁଲିଆ ସ୍ଥିତ ପାବନ ସରୋବର ପରିସରରେ ଜିଲ୍ଲା ମୁଖ୍ୟ ସଂଚାଳିକା ସାବିତ୍ରୀ ଭଉଣୀଙ୍କର ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଭାରତ ସରକାରଙ୍କ ଆୟୁଷ ବିଭାଗ ପକ୍ଷରୁ ଇଣ୍ଟର ନ୍ୟାସନାଲ ନେଚର ପ୍ୟାଥି ଅର୍ଗାନାଇଜେସନ ଦ୍ୱାରା ନିଯୁକ୍ତିପ୍ରାପ୍ତ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଓଡିଶାପ୍ରାନ୍ତର ଯୁଗ୍ମ ସଂଯୋଜକ ଡ଼କ୍ଟର ରମାକାନ୍ତ ମହାନ୍ତ ଯୋଗଦାନ କରି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଯୋଗ ପ୍ରୋଟୋକାଲ ଅନୁସାରେ ଯୋଗ ଶିକ୍ଷା ପ୍ରଦାନ କରି କହିଲେ ରୋଗ ମୁକ୍ତର ଅବ୍ୟର୍ଥ ଔଷଧ ଯୋଗ l ଯମ ନିୟମ,ଆସନ, ପ୍ରାଣାୟାମ, ପ୍ରତ୍ୟାହାର,ଧ୍ୟାନ ଧାରଣା ସମାଧି ଯୁକ୍ତ ଦିନଚର୍ଯ୍ୟା ଦ୍ୱାରା ମନୁଷ୍ୟ ସୁଖ ଶାନ୍ତି ଆନନ୍ଦ ପ୍ରଦାନ କରିଥାଏ l ମୁଖ୍ୟ ବକ୍ତା ଭାବରେ ମୟୂରଭଞ୍ଜ ଜିଲ୍ଲା ସହ ସଂଚାଳିକା ବନିତା ଭଉଣୀ ଯୋଗଦାନ କରି କହିଲେ ଯେ ମନର ପବିତ୍ରତା ଶାନ୍ତି ଏବଂ ସକାରାତ୍ମକ ଚିନ୍ତନ ହିଁ ଏକ ସୁସ୍ଥ ସବଳ, ସୁଖୀ ଏବଂ ସଫଳ ଜୀବନର ଆଧାର l ଅଧ୍ୟକ୍ଷୀୟ ବକ୍ତବ୍ୟ ପ୍ରଦାନକରି ମୁଖ୍ୟ ସଂଚାଳିକା ସାବିତ୍ରୀ ଭଉଣୀ କହିଲେ ଆତ୍ମାକୁ ପରମାତ୍ମା ସହିତ ଯୋଡିବାର କୌଶଳ ହେଉଛି ଯୋଗ l ମନର ସମସ୍ତ ବୃତ୍ତିକୁ ନିୟନ୍ତ୍ରଣକରି ପାରିଲେ ଜୀବନର ଲକ୍ଷ୍ୟ ପୂରଣ ହୋଇ ପାରିବ l ଡାକ୍ତର କୃପାସିନ୍ଧୁ,ବିକେ ବିଜୟ, ପଙ୍କଜ, ସରୋଜ, ବିକେ ଦୀପକ,ଶରତ ପ୍ରମୁଖ ସହଯୋଗ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ବିକେ ଯାଜ୍ଞସେନୀ ଭଉଣୀ ll