
ଭୁତଳ ଜଳ ସଂରକ୍ଷଣ ଛାତ ଯୋଜନାରେ ଅନିୟମତା ଓ ଦୁର୍ନୀତି ବିରୋଧରେ ଧାରଣା ।
(ବିନୟ କୁମାର ନନ୍ଦ )
ଭୁବନେଶ୍ୱର ଡେଲଟା ଛକ ନିକଟରେ “ଭୁତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ” କାର୍ଯ୍ୟାଳୟ ସମ୍ମୁଖରେ ତପନ କୁମାର ହୋତାଙ୍କ ଧାରଣା ଏକ ସାଧାରଣ ଆନ୍ଦୋଳନ ନୁହେଁ, ବରଂ ଏହା ହେଉଛି ଏକ ଅନ୍ତଃସ୍ଥଳୀୟ ଦୁର୍ନୀତି, ଅସାଧୁ ପ୍ରଶାସନ ଓ ଶିଥିଲ ଯୋଜନା ରୂପାୟଣ ବ୍ୟବସ୍ଥାର ବିରୁଦ୍ଧରେ ଜନସାଧାରଣଙ୍କ ଅସନ୍ତୋଷ ଓ ଆକ୍ରୋଶର ପ୍ରତିଫଳନ। ବରଗଡ଼, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରେ ଭୁତଳ ଜଳ ସଂରକ୍ଷଣ ପାଇଁ ଯେଉଁ କୋଟି କୋଟି ଟଙ୍କାର ସରକାରୀ ଯୋଜନା ଘୋଷିତ ହୋଇଥିଲା, ତାହାର ଲାଭ ଶତଧିକ ହିତାଧିକାରୀ ପାଖକୁ ନ ପହଞ୍ଚିପାଇବା ଏକ ଗମ୍ଭୀର ଅପରାଧ ଓ ନୈତିକ ପ୍ରଶ୍ନ ଉଠାଉଛି। ତେଣୁକରି ପଶ୍ଚିମାଞ୍ଚଲ ଅଞ୍ଚଳରୁ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ ଧାରଣା ଦେବାକୁ ଆସିବାକୁ ପଡୁଥିବାରୁ ଅଞ୍ଚଳବାସୀ ଦୃଢ଼ ନିନ୍ଦା କରୁଛନ୍ତି l
ତଥାକଥିତ ପଦାଧିକାରୀମାନଙ୍କ ଅନୁକମ୍ପା ରାଜନୀତି, ଅନାବଶ୍ୟକ ଅପେକ୍ଷା, ଲାଞ୍ଚ ଓ ଅବହେଳା ପାଇଁ ଏକ ଉତ୍ତମ ମାନବ ବିକାଶ ଯୋଜନା ଅନେକ ପରିବାର ପାଇଁ କେବଳ କାଗଜ ପରିଘଟନା ହୋଇ ରହିଛି। ଏହିପରି ଅବସ୍ଥା ଗଭୀର ଜଳସଂକଟରେ ଜୁଝୁଥିବା ଓଡ଼ିଶା ମତେ ଅତ୍ୟନ୍ତ ଚିନ୍ତାଜନକ ଅବସ୍ଥା ସୃଷ୍ଟି କରୁଛି। ଏହା ସିଧାସଳଖ କହିବାକୁ ଗଲେ ଦୁର୍ନୀତିରେ ଲିପ୍ତଥିବା ସରକାରୀ ପଦାଧିକାରୀଙ୍କ ମଧ୍ୟରୁ ନିହାର ରଞ୍ଜନ ମହନ୍ତ, ସମ୍ବଲପୁର ଜିଲ୍ଲାର ଓ ଅଭିଜିତ ବେହେରା, ଅନୁରାଗ ବେହେରା, ଅଭିନାଶ କୁମାର ବଲାଙ୍ଗୀର ଜିଲ୍ଲାର ଅଧିକାରୀଙ୍କ କାର୍ଯ୍ୟକଳାପ କ୍ଷମାଯୋଗ୍ୟ ନୁହେଁ।
ଏହି ପରି ଘଟଣାଗୁଡିକ ସେମାନଙ୍କ ପାଇଁ କର୍ତ୍ତବ୍ୟଶୀଳ ହେବା ଉଚିତ୍ ଯେଉଁମାନେ ଏହି ଯୋଜନାଗୁଡିକର ନିର୍ବାହ କରୁଛନ୍ତି। ସରକାର ଏହି ଅଭିଯୋଗକୁ ଗମ୍ଭୀରତାର ସହିତ ଉପରୋକ୍ତ ଚାରୋଟି ଅଭିଯୁକ୍ତ ଏବଂ ଉପରିସ୍ଥ ପଦାଧିକାରୀଙ୍କ ବିରୁଦ୍ଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ଯଦି ଏହିପରି ଦୁର୍ନୀତିଖୋର ପଦାଧିକାରୀ ଓ ଅବ୍ୟବସ୍ଥା ଅବ୍ୟାହତ ରହିଥାଏ, ତେବେ ଲୋକଙ୍କ ଭରସା ସରକାରଙ୍କ ଉପରୁ ଭାଙ୍ଗିବ ଓ ଲୋକସେବାର ମୂଳ ଉଦ୍ଦେଶ୍ୟ ବିଫଳ ହେବ। ଏହି ଘଟଣା କେବଳ ତପନ ହୋତାଙ୍କ ବ୍ୟକ୍ତିଗତ ଆନ୍ଦୋଳନ ନୁହେଁ, ବରଂ ଏହା ଏକ ସୂଚନା ଦେଉଛି ଯେ, ଯଦି ସରକାର ଏବେ ବି ସତର୍କ ଓ ସଂବେଦନଶୀଳ ନହୁଅନ୍ତି, ତେବେ ଆଗାମୀ ଦିନରେ ଏପରି ଜନାନ୍ଦୋଳନ ଦେଶର ଶାସନ ବ୍ୟବସ୍ଥାକୁ ଚାଲେଞ୍ଜ କରିପାରେ। ଏହାକୁ ବିରୋଧ କରି ଶତାଧିକ ଅଭିଯୋଗ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠକୁ ମଧ୍ୟ ଲିଖିତ ଭାବରେ ଦିଆଯାଇଛି l ତାହାର କୌଣସି ପଦକ୍ଷେପ ଆଜି ପର୍ଯ୍ୟନ୍ତ ସମଧାନ ହେଲା ନାହିଁ l ଏହିପରି ଅଭିଯୋଗ ଏକ ଲାଞ୍ଚନା, ତଥାପି ଏହା ଏକ ଅବସର ମଧ୍ୟ ଯେଉଁଥିରେ ସରକାର ନିଜର ଦୃଷ୍ଟିକୋଣ ବଦଳେଇ ଯୋଜନା ଗୁଡ଼ିକୁ ସହରାଞ୍ଚଳ ଜନତା ପର୍ଯ୍ୟନ୍ତ ନେଇଯିବାର ନୂଆ ପ୍ରୟାସ ଆରମ୍ଭ କରିପାରିବ। ଯେତେ ଦିନ ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟାର ସଠିକ ସମଧାନ ନହେବ, ସେତେଦିନ ପର୍ଯ୍ୟନ୍ତ ଏହି ଧାରଣାରେ ତପନ ହୋତା ବଳବତ୍ତର ରହିବେ ବୋଲି ଚେତାବନୀ ଦେଇଛନ୍ତି l