ଯାଜପୁର… ସରୋଜ କୁମାର ଧଳ: ଯୁକ୍ତ ଦୁଇ ପରୀକ୍ଷା ରେ ପାସ୍ କରିଥିବା ଛାତ୍ର ଛାତ୍ରୀ ଙ୍କ ଠାରୁ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ପାଇଁ ୫ ଶହ ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ଏନେଇ ଅଭିଭାବକ ମହଲରେ ପ୍ରବଳ ଅସନ୍ତୋଷ। କଲେଜର କେତେକ ଅଧ୍ୟାପକ ଓ କର୍ମଚାରୀ ଏହାକୁ ନ୍ୟାୟସଂଗତ କହିବା ସହ ଏଭଳି ନକଲେ କଲେଜ ପରିଚାଳନା ପରିଷଦ ପକ୍ଷରୁ ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ଦରମା ପାଇବେ କେମିତି ବୋଲି ଉତ୍ତର ଦେଇଛନ୍ତି । ପଡୋଶୀ ଦଶରଥପୁର ଓ ବରୀ ବ୍ଲକ୍ ରେ ଥିବା କଲେଜ ଗୁଡିକରେ ଏସବୁ ପ୍ରମାଣ ପତ୍ର ପାଇଁ ୬୦ ରୁ ୨ଶହ ଟଙ୍କା ନିଆଯାଉଥିବା ବେଳେ ଖରସ୍ରୋତା ମହାବିଦ୍ୟାଳୟରେ କଲେଜ ପରିତ୍ୟାଗ ପ୍ରମାଣ ପତ୍ର ପାଇଁ ପ୍ରତି ପିଲାଙ୍କ ଠାରୁ ପ୍ରମାଣ ପତ୍ର ପାଇଁ ୫ ଶହ ଟଙ୍କା ଲେଖାଏଁ ଆଦାୟ କରାଯିବା ବେଆଇନ୍। ଉପଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି। ସୁଚନା ମୁତାବକ ପ୍ରାୟ ୫ ଦଶନ୍ଧି ତଳେ ଖରସ୍ରୋତା ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗାଁ ଗାଁ ରୁ ଛଣ, ବାଉଁଶ,ସରକାରୀ ବସ୍ ରୁ ଟିକେଟ ତ୍ପିଛା ଚାନ୍ଦା ଆଦି କରାଯାଇ କଲେଜ ପ୍ରତିଷ୍ଠା କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଦୁର୍ନୀତି ଅନିୟମିତତା କୁ ନେଇ ଏହି ଶିକ୍ଷାନୁଷ୍ଠାନ ସର୍ବଦା ଚର୍ଚ୍ଚାରେ ରହି ଆସିଛି ।
ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନ ହରିଲୁଟ, ଜାଲ ଆଡମିଟ କାର୍ଡ, ପରିଚାଳନା ପରିଷଦ ଦ୍ଵାରା ଆଖି ବୁଜା ନିଯୁକ୍ତି ଭଳି ବହୁ ଅନିୟମିତତା ନେଇ ଏହି ମହାବିଦ୍ୟାଳୟ ବିବାଦ ଘେରରେ ରହି ଆସିଛି। ପାଞ୍ଚ ଦଶନ୍ଧି ତଳେ ଏହି ମହାବନ୍ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର ଗରୀବ ପିଲା ଅର୍ଥାଭାବରୁ ଉଚ୍ଚ ଶିକ୍ଷାରୁ ଯେଭଳି ବଞ୍ଚିତ ନହୁଏ। ଘରୁ ଶାଗ ପଖାଳ ଖାଇ ହରିଜନ ବହୁଳ ଅଞ୍ଚଳର ପିଲା ବିଶେଷ କରି ବାଳିକା ମାନେ ଉଚ୍ଚ ଶିକ୍ଷିତ ହେବାର ଲକ୍ଷ୍ୟ ରଖି ସ୍ଥାନୀୟ ବୁଦ୍ଧିଜୀବି, ଶିକ୍ଷାବିତ୍ ଓ ସମାଜ ସେବୀ ବହୁ କଷ୍ଟ ପରିଶ୍ରମରେ ଏହାର ପ୍ରତିଷ୍ଠା କରିଥିଲେ। ମାଟି, ଚାଳ ଛପର ଘରେ ଚାଲୁଥିବା ଏହି ଶିକ୍ଷାନୁଷ୍ଠାନର ଆଙ୍ଗିକ ବିକାଶ ଘଟିଛି। ମାତ୍ର ମୂଳ ଲକ୍ଷ୍ୟରୁ ଦୁରେଇ ଯାଇଛି। ଗରୀବ ପିଲାଟିଏ ଯୁକ୍ତ ଦୁଇ ପରୀକ୍ଷା ପାସ୍ କରି କଲେଜ ପରିତ୍ୟାଗ ଓ ଚରିତ୍ର ପ୍ରମାଣ ପତ୍ର ଟିଏ ପାଇବାକୁ ୫ ଶହ ଟଙ୍କା ଦେବାକୁ ପଡ଼ୁଛି। ପୂର୍ବରୁ ପିଲାଟି ସରକାରଙ୍କ ନିର୍ଦ୍ଧାରିତ ଫିସ ଫର୍ମ ପୂରଣ ବେଳେ ଦେଇଥାଏ। ଏବେ ୫ ଶହ ଟଙ୍କା ନଦେଲେ ପ୍ରମାଣ ପତ୍ର ମିଲିବ ନାହିଁ ବୋଲି କଲେଜ ପକ୍ଷରୁ ଫତୁଆ ଜାରି ହୋଇଛି। ଫଳରେ ବହୁ ଗରିବ ଛାତ୍ର ଛାତ୍ରୀ ପ୍ରମାଣ ପତ୍ର ପାଇଁ ଜିନିଷ ପତ୍ର ବନ୍ଧା ପକାଇବାକୁ ବାଧ୍ୟ ହେଉଛନ୍ତି। ଉପ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି
