*କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ*
(ବଲାଙ୍ଗୀର : ନି ପ୍ର =ପ୍ରଦୀପ କୁମାର ସା ) ଆଜି ତାରିଖ 31/10/26 ଶନିବାର ଦିନ ଚନ୍ଦନଭାଟି ସ୍ଥିତ PMSHRI ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚନ୍ଦନଭାଟିଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି–୨୦୨୬ କାର୍ଯ୍ୟକ୍ରମ ଉତ୍ସାହ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିତାଂଶୁ ଶେଖର ପଧାନ ସଭାପତିତ୍ୱ କରିଥିବା ବେଳେ ବଲାଙ୍ଗିର ବ୍ଲକ୍ର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ଯୋଷୀ ମୁଖ୍ୟ ଅତିଥି ଏବଂ ବଲାଙ୍ଗିର ଜିଲ୍ଲାର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନୀଳମଣି ପଟେଲ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଧରୁଆ, CRCC ଶ୍ରୀଯୁକ୍ତ ଶ୍ରୀମନ୍ତ ମିଶ୍ର ଏବଂ କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ଖମାରୀ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଚନ୍ଦନଭାଟିର smc ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ବେହେରା ଯୋଗଦେଇଥିଲେ।
ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ, ଆତ୍ମବିଶ୍ୱାସ ବୃଦ୍ଧି ଏବଂ ଶିକ୍ଷା ସହିତ ସହପାଠ୍ୟକ୍ରମ କାର୍ଯ୍ୟକଳାପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଧମନାସର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିନାୟକ ମିଶ୍ର ଏବଂ PMSHRI ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚନ୍ଦନଭାଟିର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିକାଶ ନାଗ ଅତି ସୁନ୍ଦର ଓ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷିକା ଗଣ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଯୋଗଦାନ କରିଥିଲେ ଏବଂ ସଭା ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ବୁଡେକ୍ ଧନ୍ୟବାଦ ଅର୍ପଣ କରିଥିଲେ।
