👉ବିପଦ ସଙ୍କୁଳ ଅବସ୍ଥାରେ ତାମଳ ବନ୍ଧ ଗାଁ ର ଅଙ୍ଗନ ୱାଡି କେନ୍ଦ୍ର 👉ଖୋଲା ଆକାଶ ଓ ଗଛ ତଳେ ରେ ପଢ଼ୁଛନ୍ତି କୁନି କୁନି ପିଲା।
ମୟୁରଭଞ୍ଜ, ରାଇରଙ୍ଗପୁର :-ମୟୂରଭଂଜ ଜିଲ୍ଲା ବାବନଘାଟି ଉପଖଣ୍ଡରେ ରାଇରଙ୍ଗପୁର ବ୍ଲକ୍ ପୁରୁଣାପାଣି ପଞ୍ଚାୟତର ତାମଳ ବନ୍ଧ ଗାଁ ର ଅଙ୍ଗନୱାଡି କେନ୍ଦ୍ର ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଘର ଉପରୁ ସିମେଣ୍ଟ ଖଣ୍ଡ ଛାଡ଼ି ତଳେ ପଡୁଛି। କୁନି କୁନି ପିଲା ମାନେ ସ୍କୁଲ ବାରଣ୍ଡା ବାହାରେ ଖୋଲା ଆକାଶ ତଳେ ଭୂଇଁ ରେ ବସି ପଢୁଛନ୍ତି। ବର୍ଷା ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ନିଜ କୁନି କୁନି ଛୁଆ ଙ୍କୁ ଅଙ୍ଗନୱାଡ଼ି ପଠାଉ ନାହାଁନ୍ତି।
ଶିଶୁ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ଏହି ଚିତ୍ର ଦେଖିଲେ କେତେ କଣ ବିକାଶ ହେଇଛି ତାହା ଜଳ ଜଳ ହୋଇ ଜଣା ପଡ଼ିବ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ୍ ର ତାମଳ ବନ୍ଧ ଗାଁ ରେ। ଏହି ଗାଁ ରେ ଥିବା ଅଙ୍ଗନୱାଡ଼ି ଟି
ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି। ଏହା ଦେଖି ଅଙ୍ଗନ ୱାଡି ଦିଦି ପିଲାମାନଙ୍କୁ ମାନଙ୍କୁ ଖୋଲା ଆକାଶ ତଳେ ଗଛ ମୂଳେ ଭୂଇଁ ରେ ପାଠ ପଢ଼ାଉଛନ୍ତି ।
ଏହି ଗାଁ ର ଲୋକ ମାନେ ବାରମ୍ବାର 2 ବର୍ଷ ରୁ ଉର୍ଦ୍ଧ ହେବ ରାଇରଙ୍ଗପୁର ବିଡ଼ିଓ,CDPO, ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି
କିନ୍ତୁ ଆଜି କୁ ବର୍ଷ ବର୍ଷ ଧରି ବିତଯାଇଥିଲେ ହେଁ ଏଥି ପ୍ରତି କେହି ଧ୍ୟାନ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଅଙ୍ଗନ ୱାଡି ଦିଦି।
ଅଙ୍ଗନ ୱାଡି ଦିଦି ଙ୍କ କହିବା ଅନୁଯାୟୀ ସେ ଏ ବାବଦରେ ରାଇରଙ୍ଗପୁର ବ୍ଲକର ବିଡ଼ିଓ ,ସିଡିପିଓ ଙ୍କୁ କହିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଏ ବାବଦରେ କୌଣସି ଆଖି ଦୃଷିଆ ପଦକ୍ଷେପ ନେଇ ନାହାଁନ୍ତି। ଆଜି ଏ ବାବଦରେ ସିଡିପିଓ କହିଛନ୍ତି ଯେ ଖୁବ୍ ଶୀଘ୍ର ଅଙ୍ଗନ ୱାଡ଼ି ତିଆରି କରି ଦିଆଯିବ।
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ରିପର୍ଟ ଭଞ୍ଜଦୂତ ଖବର
