ନୁଦଡିହାର ଗାନ୍ଧୀ,ଅଞ୍ଚଳର ବରପୁତ୍ର ହରେକୃଷ୍ଣ ମହାନ୍ତିଙ୍କ ସ୍ମୃତି ବୈଠକ ଅନୁଷ୍ଠିତ!
କପ୍ତିପଦା……..ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅନ୍ତର୍ଗତ ନୁଦଡିହା ଲାଲଭଦୁର ହାଇସ୍କୁଲ ସଭାଗୃହ ଠାରେ ଅଞ୍ଚଳ ର ବରପୁତ୍ର ଯାହାଙ୍କୁ ନୁଦଡିହାର ଗାନ୍ଧୀ ବୋଲି ଅଞ୍ଚଳର ଘରେ ଘରେ ପରିଚିତ ସର୍ଗତ ହରେକୃଷ୍ଣ ମହାନ୍ତି ଙ୍କର ସ୍ମୃତି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି!ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଗଣନାଥ ମହାନ୍ତି ଙ୍କର ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକ ରେ ସ୍ୱର୍ଗତ ବରପୁତ୍ର, ଗାନ୍ଧୀ ଓ ଏହି ହାଇସ୍କୁଲ ରେ ଜଣେ ଶିକ୍ଷକ ଥିଲେ ଅକାଳ ବିୟୋଗରେ ତାଙ୍କ ଏକ ସ୍ମୃତି ସଭା ଅନୁଷ୍ଠିତ ଓ ସ୍ଥାନୀୟ ଲୋକ ମାନେ ସ୍ୱର୍ଗତ ବରପୁତ୍ରଙ୍କ ସ୍ମୃତି ଚ୍ଚାରଣ କରିଥିଲେ । ବକ୍ତବ୍ୟରେ ଯୋଗାଯୋଗ ଓ ହୋଇଥିବା ତାଙ୍କ ଦୃଢ଼ ଇଚ୍ଛା ଶକ୍ତିରେ ଲୋକ ସମ୍ପର୍କ ରକ୍ଷା ଦିଗରେ ଓଡ଼ିଶାରେ ର ଭୂମିକାକୁ ସ୍ମରଣ କରିଥିଲେ । ସ୍ୱର୍ଗୀୟ ମହାନ୍ତି ଙ୍କ ଦେହାନ୍ତ ବରପୁତ୍ର ଗାନ୍ଧୀ କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ଛାଡିଗଲା ବୋଲି କହିଥିଲେ । ସ୍ୱର୍ଗୀୟ ମହାନ୍ତିଙ୍କ ଭଳି ନିର୍ଭିକ ବରପୁତ୍ର,ଗାନ୍ଧୀ ଓ ଶିକ୍ଷକ ଆଜିର ସମାଜରେ ଖୁବ୍ କୋଚିତ୍ ଅଛନ୍ତି ବୋଲି ବକ୍ତୃତା ଦେବା ସମୟରେ କହିଥିଲେ । ।ବାରିପଦା, ବେତନଟୀ, ଉଦଳା, କପ୍ତିପଦା, ନୁଦଡିହା, ଶରତ ଓ ପୋଡାଡିହା ଆଦି ଅଞ୍ଚଳରେ ଥିବା ତାଙ୍କର ହିତାକାଂକ୍ଷୀ, ସହଯୋଗୀ, ସମକର୍ମୀ ବନ୍ଧୁ ଓ ବାନ୍ଧବୀ ଉପସ୍ଥିତ ରହିଥିଲେ ଓ ଆସନ୍ତା ବର୍ଷ ବାସଭବନ ବାଦ୍ ଅନ୍ୟ ଜାଗାରେ ସ୍ମୃତି ସଭା ହବାପାଇଁ
ଏଇଥିରେ ସାମିଲ କରିବା ପାଇଁ ବୈଠକ ରେ ସ୍ଥିର କରାଯାଇଛି! ସ୍ୱର୍ଗତ ମହାନ୍ତିଙ୍କର କ୍ରିତୀ ଓ କୃତି ଉପରେ ଆଧାରିତ ବିବିନୀୟ ମୌଳିକ ଲେଖା ମାନ ସଂଗ୍ରହ କରି ଏକ ସ୍ମରଣିକା ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଦିବସ ରେ ପ୍ରକାଶିତ କରିବାକୁ ସ୍ଥିର କରାଯାଇଛି, ଏତଦବତୀତ ତାଙ୍କର ଏକ ପ୍ରତିମୂର୍ତ୍ତି ନିମ୍ରାଣ, ସ୍ମୃତିରକ୍ଷା କମିଟି ଗଠନ କରିବା ସହିତ ପରବର୍ତୀ ବୈଠକ ଆସନ୍ତା ବାହୁଡା଼ ଯାତ୍ରା ପରେ ପରବତୀ ପ୍ରୋଗ୍ରାମ ବୈଠକ ରେ ନିଷ୍ପତି ନିଆ ଯିବାକୁ ସ୍ଥିରକୃତି ହୋଇଥିଲା! ଏହି ବୈଠକ ରେ
ଆବାହକ ବାରିପଦା ରୁ ଶିକ୍ୟବିତ୍ତ ବିଦ୍ୟାଧର ଜେନା, ଶିକ୍ଷାବିତ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ, ଶଶଧରା ସ୍ୱ!ଇ, ପ୍ରୁଣ୍ଣଚନ୍ଦ୍ର ସାହୁ, କାଶୀନାଥ ଦାସ, ବାରିପଦା ଓକିଲ ବିଦ୍ୟୁତ କୁମାର ମହାନ୍ତି, ବାରିପଦା ଓକିଲ ସ୍ୱରଲିପି ଦାସ ପଟ୍ଟନାୟକ, କବିତା ପରିଡା, ଜୟନ୍ତୀ ପରିଡା, କ୍ରିଷ୍ଣା ତୁଳସି ମହାନ୍ତି, ସୁଦର୍ଶନ ରାଉତ, ପ୍ରଫୁଲ୍ଲ କୁମାର ପରିଡା, ସ୍ଥାନୀୟ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ!
