**ଖରିଆରରେ ଅନୁସୂଚିତ ଜାତି କଲ୍ୟାଣ ସମିତିର ସାମ୍ବାଦିକ ସମ୍ମିଳନୀ: ଉପମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନିନ୍ଦା*
ନୂଆପଡା(ମିଖାଏଲ ନନ୍ଦ)
ତା : ୧୦/୦୭
ନୂଆପଡ଼ା ଜିଲ୍ଲା ଖରିଆର ଶ୍ୟାମକୁମାର କ୍ଲଷ୍ଟରଠାରେ ଜିଲ୍ଲା ଅନୁସୂଚିତ ଜାତି କଲ୍ୟାଣ ସମିତି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ନଗରପାଳ ନିମାଇଁ ଚରଣ ତାଣ୍ଡି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମିତିର ପ୍ରତିଷ୍ଠାତା ସଭାପତି ଫକୀର ମୋହନ ଜଗତ ଯୋଗଦେଇଥିଲେ। ଏହା ସହିତ ଜ୍ୟୋତିଲାଲ ବଞ୍ଜାରେ, କାର୍ତ୍ତିକ ବାଗ, ମେଘନାଥ କୁମ୍ଭାର, ଧନୁରବାଗ ଏବଂ ଖୁଟୁରାମ ସୁନାନୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।ସରକାରଙ୍କ ବିଫଳତା ଲୁଚାଇବାକୁ ପ୍ରୟାସ:ସମିତିର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଗତ ଦୁଇ ବର୍ଷ ମଧ୍ୟରେ ଶିକ୍ଷାନୀତି ସହ ବିଭିନ୍ନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ହଜାର ହଜାର ଭୁଲ୍ ଫାଉଣ୍ଡେସନ ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଓଡ଼ିଶା ବିଶ୍ୱ ଦରବାରରେ ଅପମାନିତ ହୋଇଛି । ଏହି ବିଫଳତା ଓ ଜନଅସନ୍ତୋଷରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ସରକାର ଏଭଳି ବିବାଦୀୟ ପ୍ରସଙ୍ଗ ସୃଷ୍ଟି କରୁଛନ୍ତି ।ଉପମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ଦୃଢ଼ ବିରୋଧ:ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ପ୍ରଦତ୍ତ ‘ଲକ୍ଷ୍ମୀ ପୁରାଣ’ ବଣ୍ଟନ ସମ୍ପର୍କିତ ସୂଚନାକୁ ନେଇ ସମିତି ଗଭୀର ଅସନ୍ତୋଷ ପ୍ରକାଶ କରିଛି । ଉପମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ସମାଜରେ ଧର୍ମ ଏବଂ ଜାତି ଜାତି ମଧ୍ୟରେ ବିଦ୍ୱେଷ ସୃଷ୍ଟି କରୁଛି, ଯାହା ଭାରତୀୟ ସମ୍ବିଧାନର ଭାବଧାରା ବିରୋଧୀ ଅଟେ। ଲକ୍ଷ୍ମୀ ପୁରାଣରେ ସମସ୍ତ ଜାତିର ସମାନତା ଓ ଜାତୀୟ ମନୋଭାବ ରହିଥିବା ବେଳେ ଏହାକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି । ଏହା ଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳ ଯେପରିକି ଟିଟିଲାଗଡ଼ ଆଦି ସ୍ଥାନରେ ତୀବ୍ର ପ୍ରତିବାଦ ଓ ବିରାଟ ଶୋଭାଯାତ୍ରାମାନ କରାଯାଉଛି ।ଭାଇଚାରା ନଷ୍ଟ କରିବାକୁ ଷଡ଼ଯନ୍ତ୍ର:ଖରିଆର ଅଞ୍ଚଳରେ ଦୀର୍ଘ ଦିନରୁ ରହିଆସିଥିବା ସାମାଜିକ ସହସଂସ୍ଥାନ ଓ ପାରିବାରିକ ସମ୍ପର୍କକୁ ଏହି ନୀତି ଖଣ୍ଡବିଖଣ୍ଡ କରୁଛି। ସମିତି ପକ୍ଷରୁ କୁହାଯାଇଛି ଯେ, ଯଦି ସରକାର ପ୍ରକୃତରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ସମ୍ବିଧାନ ପ୍ରଦତ୍ତ ସୁରକ୍ଷା ଅଧିକାରକୁ ପ୍ରତିଟି ଦଳିତ ଓ ସଂଖ୍ୟାଲଘୁ ପରିବାର ପାଖରେ ପହଞ୍ଚାନ୍ତୁ । ସରକାରଙ୍କ ଏହି ଭେଦଭାବପୂର୍ଣ୍ଣ ନୀତିକୁ ଜିଲ୍ଲା ଅନୁସୂଚିତ ଜାତି ସମୁଦାୟ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।
