*ସ୍କୁଲ-କଲେଜ ପିଲାଙ୍କ ଜୀବନ ସହ ଖେଳ: ଖଡ଼ିଆଳ ପୁତୁପଡ଼ାରେ ଚଳାଚଳ ଅଯୋଗ୍ୟ ହେଲା ମୁଖ୍ୟ ରାସ୍ତା।*
ନୂଆପଡା( ମିଖାଏଲ ନନ୍ଦ)
ତା-୧୦/୦୭
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ବାସିନ୍ଦାମାନେ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ଲଗାତାର ବର୍ଷା ଯୋଗୁଁ ଏହି ଅଞ୍ଚଳର ମୁଖ୍ୟ ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅରେ ଭର୍ତ୍ତି ହୋଇଯାଇଛି।, ଯାହାଫଳରେ ସ୍ଥାନୀୟ ଲୋକଙ୍କ ଯାତାୟାତରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି।ସମସ୍ୟାର ମୁଖ୍ୟ ବିନ୍ଦୁ ପୁତୁପଡ଼ା ଅଞ୍ଚଳର ବେହାଲ ଅବସ୍ଥାbଖଡ଼ିଆଳ ସହରର ପୁତୁପଡ଼ା ଅଞ୍ଚଳରେ ଥିବା ଏହି ରାସ୍ତାଟି ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ କାଦୁଅମୟ ହୋଇପଡ଼ିଛି ।ପ୍ରଭାବିତ ଛାତ୍ରଛାତ୍ରୀ ଓ ଜନସାଧାରଣ ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ, କଲେଜ, ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବା ଛୋଟ ଛୋଟ ପିଲା ଓ ଛାତ୍ରଛାତ୍ରୀମାନେ ଜୀବନ ବିକଳରେ ଯାତାୟାତ କରୁଛନ୍ତି ।ମୁଖ୍ୟ ମାର୍ଗ ସହ ସଂଯୋଗ ଏହି ରାସ୍ତାଟି ଖଡ଼ିଆଳ-ସିନାପାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ଵ ଅଧିକ, ମାତ୍ର ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଚଳାଚଳ ଅଯୋଗ୍ୟ ହୋଇପଡ଼ିଛି ।ମଡେଲ କଲେଜ ରାସ୍ତା ଏହି ମାର୍ଗରେ ମଡେଲ କଲେଜ ମଧ୍ୟ ରହିଛି, ଯେଉଁଠାକୁ ଯିବା ପାଇଁ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟା ଭୋଗୁଛନ୍ତି ଏବଂ କେତେକ ସମୟରେ ଯାଇ ନପାରି ଫେରିବାକୁ ବାଧ୍ୟ ହେଉଛନ୍ତି ।ପ୍ରଶାସନିକ ଅବହେଳା ଓ ଦାବି:ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଗତ ୩-୪ ବର୍ଷ ହେବ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ରହିଛି । ପ୍ରଶାସନ କେବଳ କିଛି ମିଟର ପେଭର ବ୍ଲକ ପକାଇ କାମ ସାରିଦେଇଛି, ମାତ୍ର ବାକି ରାସ୍ତାରେ ମାଟି ପଡ଼ିଥିବାରୁ ତାହା କାଦୁଅରେ ପରିଣତ ହୋଇଛି । ସ୍ଥାନୀୟ ଏନଏସି (NSC) କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ଜନସାଧାରଣ ଦାବି କରିଛନ୍ତି।
