*ନୂଆପଡା ଜିଲ୍ଲା ଖରିଆର ମୁକ୍ତିମାର୍ଗ ଚର୍ଚ୍ଚରେ ୧୬ତମ ବାର୍ଷିକୋତ୍ସବ ଓ ପୁନରୁଦ୍ଧାର ସଭା ଆରମ୍ଭ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୦/୦୭
ନୂଆପଡା ଜିଲ୍ଲାର ଖଡ଼ିଆଳ ମିଶନ ର ସ୍ଥାନୀୟ ମୁକ୍ତିମାର୍ଗ ଚର୍ଚ୍ଚ ପରିସରରେ ଫାଦର୍ସ ଫେଲୋସିପ୍ର ୧୬ତମ ବାର୍ଷିକୋତ୍ସବ ଏବଂ ଏକ ମହାନ ପୁନରୁଦ୍ଧାର ସଭା (Revival Meeting) ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମ ଜୁଲାଇ ୧୦ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।”କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି” (ଲୂକ ୨:୩୦) ପବିତ୍ର ବାକ୍ୟକୁ ଆଧାର କରି ଏହି ସଭାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ମାନିତ ରେଭ୍. ଅଜୟ କୁମାର ନାଗ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ ରେଭ୍. ଡକ୍ଟର ବି.ଜେ.ପି. ରାଓ ଯୋଗଦେଇ ପ୍ରଭୁଙ୍କ ମହିମା ଓ ପବିତ୍ର ବାଣୀ ପ୍ରଚାର କରୁଛନ୍ତି। ଏହି ଆଧ୍ୟାତ୍ମିକ ସଭାରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ପ୍ରାର୍ଥନାରେ ସାମିଲ ହୋଇଛନ୍ତି।
