*ତୀର ମାଡ଼ରେ ଦୁଇ ଗୁରୁତର – ତୀର ବିଦ୍ଧ ଅବସ୍ଥାରେ ରାୟପୁର ସ୍ଥାନାନ୍ତର*
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୭.
ନୂଆପଡ଼ା ଜିଲ୍ଲା -ଓଡ଼ିଶା ଛତିଶଗଡ ସୀମାନ୍ତ ଏକ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି l ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲ୍ଲା ଅମଲିପଦର ଥାନା ଘୁମରାପଦର ଗାଁରେ ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି l ଘୁମରାପଦର ଗାଁର ରାଜୁରାମ କମାର ନିଜ ଭାଈ ଓ ଭିଣୋଇଙ୍କୁ ତୀର ମାରି ଦେଇଛି l ତୀର ମାଡ଼ରେ ଗୁନା ସିଂ ଓ ନିମା ସିଂ ଗୁରୁତର ଆହତ ହୋଇଛନ୍ତି l ଏବେ ମଧ୍ୟ ଜଣକ ପିଠିରେ ଶର ଲାଗି ରହିଛି l ସ୍ଥାନୀୟ ଅମଲିପଦର ସ୍ୱାସ୍ଥ୍ୟ କେନ୍ଦ୍ରରେ ଶର ବାହାର କରି ନ ପାରିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ରାୟପୁରର ଏକ ମେଡ଼ିକାଲକୁ ସ୍ଥାନାନ୍ତର କରା ଯାଇଛି l
