*ନୂଆପଡ଼ା ଜିଲ୍ଲା ସଦର ମହକୁମା ଜିଲ୍ଲା କୋର୍ଟ ସମ୍ମୁଖ ୩୫୩ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା, ବାଇକ୍ ଆରୋହୀ ଟ୍ରକ୍ ଚାପା ରେ ଘଟଣା ସ୍ଥଳରେ ମୃତ୍ୟୁ, ଜିଲ୍ଲା ଓକିଲ ସଂଘ ପକ୍ଷ ରୁ ଆନ୍ଦୋଲନ, ମୃତକ ପରିବାରଙ୍କୁ ରେଡ୍ କ୍ରସ ପାଣ୍ଠିରୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା*
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୭.
ନୂଆପଡ଼ା ଜିଲ୍ଲା ୩୫୩ ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଅଛି। ଏହି ଘଟଣା ନେଇ ଜିଲ୍ଲା ଓକିଲ ସଂଘ ପକ୍ଷ ରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ମୃତକ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହଯୋଗ, ଜିଲ୍ଲା କୋର୍ଟ ସମ୍ମୁଖ ରେ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା, ପାଇଁ ଦାବୀ କରିଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓକିଲମାନେ ଧାରଣ ଦେଇଥିବା ବେଳେ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଓକିଲ ସଂଘ ଦାବୀ ଉପରେ ଆଲୋଚନା ହୋଇଥିଲା। ମୃତକ ପରିବାରଙ୍କୁ ରେଡ୍ କ୍ରସ ରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ଓକିଲ ସଂଘ ଦାବୀ ସତ୍ତ୍ୱେ ସହାୟତା ରାଶିକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। କୋର୍ଟ ସମ୍ମୁଖରେ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା ପାଇଁ ଦାବୀ କରିଥିଲେ। ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନକରଙ୍କ ନେତୃତ୍ୱରେ ଉପସଭାପତି ପ୍ରକାଶ ସ୍ୱାଇଁ, ବରିଷ୍ଠ ଆଇନଜୀବୀ ମୂରଲୀଧର ପଣ୍ଡା ସାମିଲ ।
