ଶଙ୍ଖ ଭବନ ରେ ସୁଜାତାଙ୍କୁ ସମ୍ବର୍ଦ୍ଧନା।
ଜଗତସିଂହପୁର(ନି.ପ୍ର):
ବିଜୁ ଜନତା ଦଳରେ ସୁଜାତା କାର୍ତ୍ତିକେୟନଙ୍କ ଯୋଗଦାନ ପରେ ସାରା ରାଜ୍ୟ ରୁ ସୁଜାତା ଙ୍କୁ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ଶଙ୍ଖ ଭବନ କୁ ଦଳୀୟ ନେତା ଓ କର୍ମୀମାନଙ୍କ ର ସୁଅ ଛୁଟିଛି। ଏଥିନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜ଼ିଲ୍ଲା ର ପାରାଦ୍ୱୀପ ଅଂଚଳର ଯୁବ ବିଜେଡି ନେତା ତଥା ସମାଜସେବୀ ବିକ୍ରମ ମହାନ୍ତି ଶଙ୍ଖ ଭବନରେ ସୁଜାତା ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ | ବିଜେଡିର ମଙ୍ଗ ସୁଜାତା ଙ୍କ ହାତରେ ରହିଲେ ଦଳ ମଜବୁତ୍ ହେବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ବେକକୁ ଦଳ ବେଶ୍ ସମର୍ଥନ ହାସଲ କରିବାରେ ସଫଳ ହୋଇପାରିବ। ତାଙ୍କ ନେତୃତ୍ବରେ ରେ ଆଗାମୀ ଦିନରେ ପାରାଦ୍ୱୀପ, ଏରସମା ଅଂଚଳ ରେ ଦଳୀୟ ସଂଗଠନ କୁ ମଜବୁତ କରିବା ନିମନ୍ତେ ଯୁବ ନେତୃତ୍ୱ କୁ ପ୍ରାଧାନ୍ୟ ଦିଆଯିବ। ସେଥିପଇଁ ବିକ୍ରମ ମହାନ୍ତି ଙ୍କୁ ପ୍ରେରଣା ଯୋଗାଇ ଦିଆଯିବ ବୋଲି ସୁଜାତା ପ୍ରତିଶୃତି ଦେଇଛନ୍ତି।
