ଚିକିଟିରେ ଦେବସ୍ନାନ ପୂର୍ଣ୍ଣିମା
ଚିକିଟି/ ତିନିଶହ ବର୍ଷରୁ ଅଧିକ ହେବ ଚିକିଟି ଗଡ଼ରେ ଅବସ୍ଥାପିତ ପ୍ରଭୂ ଅକୃର ନାଥ ଜଗନ୍ନାଥଙ୍କ ଆଜି ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ରୀତିକାନ୍ତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ପୂର୍ବାହ୍ନ ୧୧ଟାରେ ଦାରୁ ଦେବତା ଜଗନ୍ନାଥଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ଅଣାଯାଇଥିଲା । ପଞ୍ଚାମୃତ, ଶ୍ରୀ କର୍ପୁର, ଚୁଆ ଇତ୍ୟାଦି ଲାଗି ହେଲା ପରେ ସମୁଦ୍ର ଜଳ ୮ଗରା, କୂପଜଳ ୮ଗରା ସହିତ ପ ଇ ଡ ପାଣି,ଗୋଲାପ ଜଳ ଅନ୍ୟ ସୁଗନ୍ଧି ତ ଜଳକୁ ମନ୍ତ୍ର ଦ୍ବାରା ଅଭିଷିକ୍ତ କରିମହାପ୍ରଭୁଙ୍କ ସ୍ନାନାଦି କର୍ମ କରାଗଲା। ଚିକିଟିର ରାଜା ସାହେବ ଶ୍ରୀ ତ୍ରିଗୁଣାତୀତ ଦେଓ ଷୋଡ଼ଷ ଉପଚାର ପରେ ଆଳତି ଅର୍ପଣ କରିଥିଲେ।ପରେ ପରେ ମଧ୍ୟାହ୍ନ ଧୂପ , ଭକ୍ତ ମାନଙ୍କ ଦର୍ଶନ ପରେ ଅପରାହ୍ନ ୪ଟା ବେଳେ ପୁଣି ପହଣ୍ଡି କରି ରତ୍ନବେଦୀକୁ ନେଇଥିଲେ।ନିତୀକାନ୍ତି ରେ ସୁଧୀର ସାହୁ, ତ୍ରିପତି ସୁଆର, ପୁନିଆ ପାଣି ଙ୍କ ସହ ଅନ୍ୟାନ୍ୟ ପହଣ୍ଡିଆ ମାନେ ସହଯୋଗ କରି ଠିକ୍ ସମୟରେ ପହୁଡ଼ କରାଇଥିବାରୁ ରାଜା ସାହେବ ଧନ୍ୟବାଦ ଦେଇଥିଲେ।
