ସାରସକଣା, ଜାମଶଳା ( ଅନୀଲ କୁମାର ସାହୁ ) : ଆମର ଦୈନଦିନ ଜୀବନରେ ପାଣି, ପବନ, ବାସଗୃହ, ବସ୍ତ୍ର ଛଡା ଖାଦ୍ୟ ର ମଧ୍ୟ ଆବଶ୍ଯକତା ରହିଥାଏ।ଖାଦ୍ୟ ଦେହକୁ ସୁସ୍ଥ ଓ ନିରୋଗ ରହିଥାଏ।ଘରେ ତିଆରି ହେଉଥିବା ଖାଦ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଠିକ୍ ଥାଏ କିନ୍ତୁ ଆମେ ବାହାରେ ଖାଉ ଥିବା ଖାଦ୍ୟ କିଛି ମାତ୍ରାରେ ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ କାହିଁକି ନା ନିକୃଷ୍ଟ ମାନ ସାମଗ୍ରୀ ବ୍ଯବହାର କରି ବ୍ୟବସାୟୀ ମାନେ ଖାଦ୍ୟ ବିକ୍ରି କରିଥାନ୍ତି।ଏହି ସବୁ ଅପମିଶ୍ରିତ ଖାଦ୍ୟର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଫୁଡ୍ ଇନ୍ସପେକ୍ଟର ବା ଖାଦ୍ୟ ନିରୀକ୍ଷକ ସବୁ ନିଯୁକ୍ତି ହୋଇଛନ୍ତି।କିନ୍ତୁ ଏହି ଖାଦ୍ୟ ନିରୀକ୍ଷକଙ୍କ କାର୍ଯ୍ୟ ପ୍ରଣାଳୀ ଲୋକଙ୍କ ହିତ ପାଇଁ କେତେଦୂର ଠିକ୍ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି? ମିଳିଥିବା ସୂଚନା ଅନୁସାରେ ସାରସକଣା ବ୍ଳକ ଅଞ୍ଚଳ ଭିତରେ ଥିବା ସାରସକଣା, ଝାରପୋଖରିଆ,ଓ ଜାମଶଳା ଭଳି ପ୍ରମୁଖ ଛକ ସ୍ଥାନ ମାନଙ୍କରେ ଲୋକମାନଙ୍କର ଆବଶ୍ୟକତା ଅନୁଯାୟୀ ଛୋଟ ବଡ ଜଳଖିଆ ଦୋକାନ, ବଡ ବଡ ହୋଟେଲ,ମିଠା ଦୋକାନ, ଗୁପଚୁପ ଦୋକାନ, ଫାଷ୍ଟଫୁଡ ଦୋକାନ ସବୁ ରହିଅଛି।ଏହି ସବୁ ଖାଇବା ଦୋକାନରେ ପ୍ରସ୍ତୁତ ହେଉ ଥିବା ଖାଦ୍ୟ କେତେ ମାତ୍ରାରେ ଭଲ କି ଖରାପ ତାହା ଜଣାପଡିନଥାଏ। ତା ସତ୍ତ୍ୱେ ବି ସାଧାରଣ ଲୋକେ ଏହି ସବୁ ଖାଦ୍ୟ ବ୍ୟବହାର କରିଥାନ୍ତି।ଓଡିଶା ମୁନିସିପାଲ ଆକ୍ଟ ଅନୁଯାୟୀ ଜଳଖିଆ ଦୋକାନ, ହୋଟେଲ ଗୁଡିକ ଓ ଅନ୍ୟ ସବୁ ଖାଇବା ଦୋକାନ ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟ ନିରୀକ୍ଷକ କାର୍ଯ୍ୟ ଠିକ୍ ଭାବରେ କରୁନାହାନ୍ତି।ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେଲେ ଲୋକ ମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ।ଏପରିକି କେତେକ ହୋଟେଲ, ଫାଷ୍ଟଫୁଡ ଦୋକାନ, ରାସ୍ତାକଡରେ ଥିବା ଖାଦ୍ୟ ଦୋକାନରେ ମଧ୍ୟ ଅପମିଶ୍ରିତ ଓ ବାସି ଖାଦ୍ୟ ଲୋକଙ୍କୁ ବିକ୍ରି କରିବା ଖବର ଦେଖିବାକୁ. ମିଳୁଛି।ଏଭଳି ସ୍ଥିତିରେ ଖାଦ୍ୟ ନିରୀକ୍ଷକ ଏହି ଦୂଷିତ ଓ ଅପମିଶ୍ରିତ ଖାଦ୍ୟର ନମୁନା ସଂଗ୍ରହ କରି ମାନ ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧୀନରେ ଥିବା ଫୁଡ୍ ଇନ୍ସପେକ୍ଟର ବାରିପଦା ସହରରେ ତାଙ୍କର କାର୍ଯ୍ୟ ନିର୍ବାହ କରୁନଥିବା ର ଜଣାପଡ଼ିଛି।ଜିଲ୍ଲା ପ୍ରଶାସନ ଅଧିକାରୀ ଏଥିପ୍ରତି ସଜାଗ ନ ହେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।।