
ସୋର ( ଜ୍ୟୋତି ପ୍ରକାଶ ଦିକ୍ଷିତ ) : ରାଜ୍ୟ ସରକାର ଅତିରିକ୍ତ ଏସିପି ରୁ ପଦୋନ୍ନତି କରି ଏସିପି ପଦ ପ୍ରଦାନ କରିଛନ୍ତି। ଏଥିରେ ସୋର ପୋଲିସ ଥାନାରେ ୨୦୦୬-୦୭ ରେ ୱଆଇସି ପଦରେ ମନୋଜ ରାଉତ ଅବସ୍ଥାନ କରି ସୋର ବାସି ଙ୍କ ର ହୃଦୟ ଜିଣିବା ସହ ସୋର ଥାନା ପାଇଁ ବେସ୍ ଗର୍ବ ଆଣିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ରାଉତ ଭଦ୍ରକ ଓ କେନ୍ଦୁଝର ରେ ଅତିରିକ୍ତ ଏସିପି ଭାବେ କାର୍ଯ୍ୟ କରି ବେସ୍ ପ୍ରଶଂସା ର ପାତ୍ର ସାଜିଛନ୍ତି। ଜଣେ ଦକ୍ଷ, କର୍ତ୍ତବ୍ୟ ନିଷ୍ଠ ପୋଲିସ ଅଧିକାରୀ ମନୋଜ ରାଉତ ସେତେବେଳେ ସେ ସୋର ଥାନାରେ ୱଆସି ଭାବେ ଯୋଗ ଦେବାପରେ ମଦ ମାଫିଆ, ବେଆଇନ ମଦ ବେପାରୀ ଏପରିକି କେହି ଖୋଲମ ଖୁଲା ମଦ ପିଇବା ପାଇଁ ବି ସାହସ କରିପାରୁ ନ ଥିଲେ ମଦୁଆଙ୍କୁ ଶ୍ରୀ ରାଉତ ନିଜେ ଗୋଡ଼ାଇ ଗୋଡ଼ାଇ ଥାନାରେ ପୁରାଉଥିଲେ । ଜଣେ ସାଧାରଣ ଲୋକ ଥାନାକୁ ଗଲେ ସେ ଲୋକଙ୍କ ସହ ସିଧା ସଳଖ କଥା ହେଉଥିଲେ । ବର୍ତ୍ତମାନ ସାର କେଉଁଝରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(A S P) ଭାବେ କାର୍ଯ୍ୟରତ । ଦକ୍ଷ ପୋଲିସ ଅଧିକାରୀ ମନୋଜ ରାଉତଙ୍କୁ ରାଜ୍ୟ ସରକାର ଓଡ଼ିଶା ପୋଲିସ ସେବା ( OPS) କ୍ୟାଡ଼ରର ପୋଲିସ ଅଧିକ୍ଷକ (SP) ପଦବୀକୁ ପଦୋନ୍ନତି ଘୋଷଣା କରିଛନ୍ତି । ଆଶା ପୋଲିସ ଅଧିକ୍ଷକ (SP)ରେ ଆପଣ ପୂର୍ବ ଭଳି ଆପଣଙ୍କର ଗାରିମା ବଜାଇ ରଖିବେ ।
ସୋର ବାସିନ୍ଦା ଙ୍କ ଦାବୀ ହେଉଛି ମନୋଜ ରାଉତ ଙ୍କୁ ବାଲେଶ୍ଵର ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ପଦ ପ୍ରଦାନ କରାଯାଉ। ବାଲେଶ୍ଵର ଜିଲ୍ଲା କୁ ଆସିଲେ ଅପରାଧ କାର୍ଯ୍ୟକ୍ରମ ବହୁତ କମିଯାଆନ୍ତା ବୋଲି ଜିଲ୍ଲାବାସୀ ଆସା ରଖିଛନ୍ତି।