
ସୀମାନ୍ତବର୍ତ୍ତୀ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରୁ ବେଧଡ଼କ୍ ଭାବରେ ବାଲି ଲୁଟ୍।
ରାଜ୍ଯରେ ନୂତନ ସରକାର ଗଠନ ହେବା ର ପ୍ରାୟ ଏକ ବର୍ଷ ହେବା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି କଳା ବେପାରୀ ମାନଙ୍କର ଦୌରାତ୍ମ୍ଯ।ସରକାରଙ୍କ ନିୟମ ଅନୁସାରେ ପ୍ରାୟ ୨ ବର୍ଷ ହେବ ସମସ୍ତ ବାଲି ଘାଟ ବନ୍ଦ ରହିଥିବା ବେଳେ କିଛି ଦିନ ତଳେ ଯମୁନାପାଳ ରେ ଥିବା ଘାଟ ଟି ସରକାରୀ ଡାକ ହୋଇଛି।ହେଲେ ଡାକ ହୋଇଥିବା ଘାଟରୁ ବାଲି ଉତ୍ତୋଳନ ନ କରି ବେସରକାରୀ ,ବେଆଇନ ଘାଟରୁ ଦିନ ହେଉ ବା ରାତିରେ ନିର୍ଭୟରେ ବାଲି ଭଳି ଖଣିଜ ସମ୍ପଦକୁ ଲୁଟ୍ କରିଚାଲିଛନ୍ତି ସେହି ଅଞ୍ଚଳର ମାଫିଆମାନେ।ସେହି ଅଞ୍ଚଳରେ ଥିବା ସରକାରୀ ବା ବେସରକାରୀ ବାଲି ଘାଟରୁ ପ୍ରତିଦିନ ଶହ ଶହ ବାଲି ଟ୍ରିପ୍ ରାଜ୍ଯ ବାହାରକୁ ଚୋରାରେ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି।ଉଦାହରଣ ସ୍ବରୂପ ସେହି ଅଞ୍ଚଳରେ ଥିବା ଜାମଶଳା,ଶୀର୍ଷ ସ୍ଥିତ ବଙ୍ଗଳା, ରୁଗୁଡ଼ି,ସାହି,କୁଆଁରଡ଼ିହି ଏବଂ ପାଣ୍ଡୋରା ଘାଟରୁ ଦିନ ବେଳା ହେଉ ବା ରାତି ସମୟରେ ନିର୍ଭୟରେ ଶହ ଶହ ବାଲି ଟ୍ରିପ ଚୋରା ଚାଲାଣ ହେଉଥିବା ବେଳେ ସରକାରୀ ବାବୁଙ୍କ ନାକ ତଳ ଦେଉ ଯାଉ ଥିଲେ ସୁଦ୍ଧା କେମିତି ଜାଣିପାରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ଯଦି ସାଧାରଣଲୋକ ମାନେ ଏବାବଦରେ ସରକାରୀ କର୍ମଚାରୀ ମାନଙ୍କୁ ଅବଗତ କରୁଛନ୍ତି, ତା ହେଲେ ସଙ୍ଗେ ସଙ୍ଗେ ସରକାରୀ ବାବୁମାନେ ବାଲି ମାଫିଆ ମାନଙ୍କୁ ଜଣେଇ ଦେଉ ଥିବାର କଥା ଅଞ୍ଚଳର ସାଧାରଣରେ ଚର୍ଚ୍ଚା ଜୋର୍ ରେ ଚାଲିଥିବାର ଦେଖା ଯାଉଛି।ଯଦି ସାମ୍ବାଦିକ ମାନେ ଏ ବାବଦରେ ଖବର ପ୍ରସାରଣ କରିବାକୁ ଯାଇ ଫୋଟୋ ଓ ଭିଡିଓ କଲେ, ସେହି ଅଞ୍ଚଳର ବାଲି ମାଫିଆ ମାନେ ସାମ୍ବାଦିକ ମାନଙ୍କୁ ଧମକ ଚମକ ଦେବାର ଦେଖାଯାଉଛି।ଏହି ସବୁ ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ।ସେ ଯାହା ହେଉନା କାହିଁକି ରାଜ୍ଯରେ ଡବଲ ଇଞ୍ଜିନର ସରକାର, ଦେଖା ଯାଉ ଆଗକୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।।
ଅନୀଲ କୁମାର ସାହୁ, ସାରସକଣା, ଜାମଶଳା ରୁ ଭଞ୍ଜଦୂତ ରିପୋର୍ଟ।।