
*ହରଭଙ୍ଗା ପଞ୍ଚାୟତ ସମିତି ବୈଠକ
*ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ଏବଂ କର୍ମଚାରୀ ମରୁଡ଼ି
*ଉଦ୍ୟାନ ବିଭାଗରେ ଦୁର୍ନୀତିର ଗନ୍ଧ
*ସଭାଗୃହରେ ପଶିଲା ବର୍ଷ ଜଳ
ହରଭଙ୍ଗା, ୨୮/୦୫, (କୃଷ୍ଣଚନ୍ଦ୍ର ସିଂହ): ହରଭଙ୍ଗା ପଞ୍ଚାୟତ ସମିତି ସଭାଗୃହଠାରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥଙ୍କ ଅଧ୍ୟକ୍ଷତାରେ ୯ମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଭାବେ ସୁଶାନ୍ତ କୁମାର ପ୍ରଧାନ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ରବି ନାରାୟଣ ପ୍ରଧାନ, ୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ l ବୈଠକ ପ୍ରାରମ୍ଭରେ ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ପୂର୍ବ ସମିତି ବୈଠକର ବିବରଣୀ ପଠନ କରିଥିଲେ l ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଗମନାଗମନ ଉପରେ ବିଶେଷ ଆଲୋଚନା କରାଯାଇଥିଲା l ଉଦ୍ୟାନ କୃଷି ବିଭାଗର ହଳଦୀ, ଅଦା ଭଳି ବିଭିନ୍ନ ଉଦ୍ୟାନ ସଂପର୍କିତ ଉପରେ ବୈଠକରେ ବିଶେଷ ଭାବରେ ଆଲୋଚନା ହେବା ସହ ବିଧାୟକ ପ୍ରତିନିଧି ଭାବେ ଯୋଗ ଦେଇଥିବା ସୁଶାନ୍ତ ପ୍ରଧାନ ଉକ୍ତ ବିଭାଗକୁ ଦାୟୀ କରିବା ସହ ବ୍ଲକର ଚାଷୀ ସରକାରଙ୍କ ଥିବା ବିଭିନ୍ନ ଯୋଜନାରେ କିପରି ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିଥିଲେ l ଏପରିକି କୃଷି ଉଦ୍ୟାନ ବିଭାଗ ସବୁ ବିଭାଗ ଠାରୁ ଭିନ୍ନ ଓ ଠକ ବିଭାଗ ଭାବେ ପରିଚିତ ହେଉଛି କାରଣ ଆଜିବି ଅନେକ ଚାଷୀ କୃଷି ଉଦ୍ୟାନ ବିଭାଗରୁ ସରକାରୀ ଯୋଜନାରୁ ଅନେକ ଚାଷୀ ବଞ୍ଚିତ ଥିବା ଚାଷୀଙ୍କ ଅଭିଯୋଗ ମଧ୍ୟ ଆସୁଛି l ତେଣୁ ଆଗାମୀ ଦିନରେ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ପାଇଁ ବୈଠକ ରେ ନିଷ୍ପତି ହୋଇଥିଲା l ହରଭଙ୍ଗା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ଆଟେନାଣ୍ଟ ଜିତେନ ବଘାର ନିଜସ୍ୱ କାର୍ଯ୍ୟକ୍ଷେତ୍ରରେ ଅନେକ ଅବହେଳା କରିବା ସହ ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିବା ଭଳି ଅଭିଯୋଗ ଆସିବା ଏବଂ ସରକାରଙ୍କ ନୀତିନିୟମକୁ ଅବମାନନା କରି ମନଇଚ୍ଛା କାର୍ଯ୍ୟ କରୁଥିବା ହେତୁ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିଥିଲା l ପାନୀୟଜଳ ଯୋଗାଣ, ମୃତ୍ତିକା ସଂରକ୍ଷଣ, ସାଧାରଣ ବଣ୍ଟନ ଭଳି ବିଭିନ୍ନ ବିଭାଗ ଉପରେ ଗୋଟି ଗୋଟି କରି ଆଲୋଚନା ହୋଇଥିଲା l ସରକାରଙ୍କ ଅନ୍ତଦ୍ୟୋୟ ଗୃହ ଯୋଜନାରେ କେଉଁ ହିତାଧିକାରୀ ଲାଭବାନ ହୋଇ ପାରିବେ ଜଣେ ସରପଞ୍ଚ କିଭଳି ହିତାଧିକାରୀଙ୍କୁ ଚିହ୍ନଟ କରିବେ ସେନେଇ ବିଧାୟକ ପ୍ରତିନିଧି ସରପଞ୍ଚମାନଙ୍କୁ ଗାଇଡ଼ ଲାଇନ ଉପରେ ପଚାରିବାରୁ କୌଣସି ସରପଞ୍ଚ ସରକାରଙ୍କ ଅନ୍ତଦ୍ୟୋୟ ଗୃହ ଯୋଜନା ଉପରେ ଉତ୍ତର ଦେଇ ନ ପାରିବା କିମ୍ବା ସରକାରଙ୍କ ଗାଇଡ଼ ଲାଇନ ଉପରେ ଜ୍ଞାନ ନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ସହ ଲୋକଙ୍କ କାମ କର ଓ ସରକାରଙ୍କ ବିଭିନ୍ନ ଗାଇଡ଼ ଲାଇନ ପଢିବାକୁ ଜନ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଥିଲେ l ମାଧପୁର ରେଞ୍ଜରେ ବନୀକରଣ ନାମରେ ସରକାରୀ ଅର୍ଥ ବାଟମାରାଣ, କାମ୍ପା ଯୋଜନାର ଦୁର୍ନୀତି ଭଳି ଅନେକ ଅଭିଯୋଗ ଆସିଛି l ତୁରନ୍ତ ୩ ବର୍ଷର ସଠିକ କାର୍ଯ୍ୟ ବାବଦକୁ ତାଲିକା ଗୃହରେ ଆଣି ପ୍ରଦାନ କରିବାକୁ ବିଭାଗକୁ ବିଧାୟକ ପ୍ରତିନିଧି ନିର୍ଦେଶ ଦେଇଥିଲେ l ବୈଠକରେ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l