
ବିଶ୍ୱ ତମାଖୁ ବର୍ଜନ ଦିବସ
ଭବାନୀପାଟଣା, – ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ଦିବସ-୨୦୨୫ ପାଳିତ ହୋଇଛି। ଏହି ବର୍ଷର ଶିର୍ଷକ “ଉଜ୍ୱଳ ଦ୍ରବ୍ୟ, ଅନ୍ଧକାର ଲକ୍ଷ୍ୟ: ଏକ ଖୋଲା ନିବେଦନ” ଉପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ ବାର୍ତ୍ତା ପ୍ରଦାନ କରି ତମାଖୁ ବର୍ଜନ ପାଇଁ ସମସ୍ତ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଶପଥପାଠ କରାଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ବିକଶିତ ଓଡିଶା ଓ ଭାରତ ପଥରେ ତମାଖୁ ବର୍ଜନର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ପରମେଶ୍ୱର ମୁଣ୍ଡ, ଶୁଶାନ୍ତ କୁମାର ଦାଶ ଓ ଦୀନବନ୍ଧୁ ନାଗ ପ୍ରମୁଖ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।