
ମରଣ ଜନ୍ତା ପାଲଟିଛି ବିଜୁଏକ୍ସପ୍ରେସ ହାଇୱେ,ଦୁର୍ଘଟଣା ଆଶଙ୍କା।
ଆମପାଣି,/….କୋକସରା ବ୍ଲକ ଆମପାଣିରୁ ଧର୍ମଗଡକୁ ସଂଯୋଗ କରୁଥିବା ବିଜୁଏକ୍ସପ୍ରେସୱେର ବଡ଼ପୋଡ଼ାଗୁଡା ପଞ୍ଚାୟତ ରଏନଗୁଡା ହାଇ ସ୍କୁଲ ନିକଟରେ ବାରମ୍ବାର ଘାଇ ସୃଷ୍ଟି ହେଉଛି। ଏଥି ପୂର୍ବରୁ ମଧ୍ୟ ଏଠାରେ ଏକ ବଡ଼ ଘାଇ ସୃଷ୍ଟି ହୋଇଥିଲା। ଏବଂ ଏନେଇ ପ୍ରମେୟ ରେ ଖବର ପ୍ରସାରଣ ପରେ ତୁରନ୍ତ ରାସ୍ତା ନିର୍ମାଣ ବିଭାଗ ପକ୍ଷରୁ କିଛି ଗେଟି ଓ ଡଷ୍ଟ ଗୁଣ୍ଡ ପକାଇ ଘାଇକୁ ପୋତି ଦିଆ ଯାଇଥିଲା। ଏହା ଦ୍ୱିତୀୟ ଥର ରାସ୍ତା ମରାମତି କରାଗଲାଣି। କିନ୍ତୁ ସଠିକ୍ ଭାବରେ ମରାମତି ନହେବାରୁ ଏଠାରେ ଅଳ୍ପ ବର୍ଷାରେ ମଧ୍ୟ ମାଟି ଗେଟି ସବୁ ଧୋଇହେଇ ବାରମ୍ବାର ଘାଇ ସୃଷ୍ଟି ହେଉଛି। ଯାହା ଫଳରେ ଏଠାରେ ଯେକୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ। ଯେହେତୁ ରାସ୍ତାର ସ୍ଥାୟୀତ୍ବ ଏବଂ ଘାଇ ସୃଷ୍ଟି ନହେବା ପାଇଁ ପାଇଁ ଏଠାରେ କୌଣସି ପ୍ରକାର ମଜବୁତ ଗାଡ଼ୱାଲ ନିର୍ମାଣ କରାଯାଉନାହିଁ । ଯାହା ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ରାସ୍ତା କଡ଼ରେ ଘାଇ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଆଗକୁ ବର୍ଷା ଋତୁ ଆସୁଛି ଯଦି ଏହି ଘାଇକୁ ରୋକିବା ପାଇଁ ସୁବ୍ୟବସ୍ଥା କରାନଯାଏ ତେବେ ସମ୍ପୂର୍ଣ୍ଣ ରାସ୍ତା ଭୁଷୁଡି ଯିବାର ଅନେକ ଆଶଙ୍କା ରହିଛି।ରାସ୍ତା ନିର୍ମାଣ ବିଭାଗ ପକ୍ଷରୁ ଯତ୍ନବାନ ହୋଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ନଚେତ ଏଠାରେ ଯେକୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟି ପାରେ ବୋଲି ଆଶଙ୍କା କରାଯାଉଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ମଣ୍ଟୁ ପାଣିଗ୍ରାହୀ ଙ୍କ ରିପୋର୍ଟ୍ ଭଞ୍ଜଦୂତ ଖବର