
ଥାନା ଠାରୁ ୧୮ କିମି ଦୂରରେ କୁମ୍ଭାରମୁଣ୍ଡା ପଞ୍ଚାୟତ ଓ ୩୫ କିମି ଦୁରରେ ଚାକିଡି ପଞ୍ଚାୟତ।
—————————————-
କୁମ୍ଭାରମୁଣ୍ଡା, (ଭଞ୍ଜଦୂତ ) ବାଙ୍ଗିରିପୋଷି ଥାନା ଠାରୁ ୧୮ କିମି ଦୁରରେ ରହିଛି କୁମ୍ଭାରମୁଣ୍ଡା ପଞ୍ଚାୟତ। ଠିକ୍ ସେମିତି ୩୫ କିମି ଦୁରରେ ରହିଛି ଚାକିଡି ପଞ୍ଚାୟତ। କେବଳ ଏହି ଦୁଇ ପଞ୍ଚାୟତ ନୁହେଁ, ଥାନା ଅଞ୍ଚଳର ୭ଟି ପଞ୍ଚାୟତ ୨୦ କିମି ରୁ ଅଧିକ ଦୂରରେ ରହିଅଛି। ତେଣୁ ଠିକଣା ସମୟରେ ଗାଁ ରେ ପହଞ୍ଚି ପାରୁନାହିଁ ପୁଲିସ। ଅଧିକାଂଶ ସମୟରେ ଅପରାଧ ଘଟିବା ଦିନକପରେ ଗାଁ ରେ ପୁଲିସ ପହଞ୍ଚୁ ଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଅନେକ ସମୟ ରେ ଗାଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୁମ୍ଭାରମୁଣ୍ଡା ଓ ଭୁଆସୁଣୀ ରେ ଫାଣ୍ଡି ପ୍ରତିଷ୍ଠା କରିବାପାଇଁ ଜନସାଧାରଣରେ ଦାବି ହେଉଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ରହିଛି ଥାନା। ଏହି ଥାନା ଅଧୀନରେ ରହିଛି ୧୯ ଟି ପଞ୍ଚାୟତର ୨୨୨ ଟି ଗାଁ। ୨୦୧୧ ଜନଗଣନା ଅନୁଯାୟୀ; ଲୋକ ସଂଖ୍ୟା ୧ ଲକ୍ଷ୍ୟ ୪ ହଜାର ୯୦୨ ରହିଥିଲା। ଏହାରି ଭିତରେ ୧୪ ବର୍ଷ ବିତି ଗଲାଣି ଲୋକ ସଂଖ୍ୟା ବଢ଼ିଛି ନିଶ୍ଚିତ। ଲୋକଙ୍କ ସଂଖ୍ୟା ସହ ତାଳଦେଇ ଅପରାଧ ମଧ୍ୟ ବଢ଼ିଛି। ହେଲେ ସେହି ହିସାବରେ ଥାନାରେ କର୍ମଚାରୀ ବଢ଼ିନଥିବା ଚର୍ଚ୍ଚା ହେଉଛି। ଏପରିସ୍ଥିତିରେ ଉକ୍ତ ଥାନା ଠାରୁ ୨୦ ରୁ ୩୫ କିମି ଦୁରରେ ଥିବା ୭ ପଞ୍ଚାୟତର ଲୋକଙ୍କ ସୁରକ୍ଷା ବେବସ୍ଥା କେମିତି ହେଉଥିବ ? ମିଳିଥିବା ସୂଚନା ଅନୁସାରେ ବାଙ୍ଗିରିପୋଷି ଥାନା ଠାରୁ ୧୮ କିମି ଦୁରରେ ରହିଛି କୁମ୍ଭାରମୁଣ୍ଡା ପଞ୍ଚାୟତ। ଠିକ୍ ସେମିତି ୩୫ ଦୂରରେ ରହିଅଛି ଚାକିଡି ପଞ୍ଚାୟତ। ସେହିପରି ବ୍ରାହ୍ମଣଗାଁ, ବଡ଼ଗାଁ, କୁସୁମ ବନ୍ଧ, ଭୁଆସୁଣୀ,ବୁଢିଖମାରୀ ଆଦି ପଞ୍ଚାୟତ ଗୁଡ଼ିକ ଥାନା ଠାରୁ ୨୦ କିମି ଦୁରରେ ରହିଛି। କେବଳ ଦୂରତା ନୁହେଁ,ଉକ୍ତ ପଞ୍ଚାୟତରେ ନାହିଁ ମୋବାଇଲ ନେଟୱର୍କ। ଯେଉଁଥିପାଇଁ କୈାଣସି ଅପରାଧ ଘଟିଲେ, ସ୍ଥାନୀୟ ଲୋକେ ଫୋନ କରି ଥାନାକୁ ଯାଣାଇ ପାରୁନାହାନ୍ତି । ସେଥିପାଇଁ ବହୁତ ବିଳମ୍ବରେ ଥାନାରେ ସୁଚନା ପହଞ୍ଚୁଛି। ଯଦି ରାତିରେ କୈାଣସି ଅପରାଧ ଘଟିଛି, ତା’ପର ସକାଳେ ଗାଁ ରେ ପହଞ୍ଚୁଚି ପୁଲିସ। ଏହାଛଡା ଯଦି କୈାଣସି ବ୍ୟକ୍ତି ଥାନାରେ ଅଭିଯୋଗ କରିବାପାଇଁ ଚାହୁଁଚି, ତାହେଲେ ସେମାନଙ୍କୁ ଯିବାଆସିବା ପାଇଁ ଗୋଟିଏ ଦିନ ଲାଗିଯାଇଛି। ତେଣୁ ଏହି ସବୁ ପଞ୍ଚାୟତର ଲୋକ ମାନେ ଥାନାରେ ଅଭିଯୋଗ କରିବାପାଇଁ ଥାନାକୁ ଯାଉନଥିବା ଚର୍ଚ୍ଚା ହେଉଛି। ଏନେଇ ପୁର୍ବତନ ଥାନା ଅଧିକାରୀ ଛତିଶ ରାୟ କହିଛନ୍ତି, ଫାଣ୍ଡି ନହେଲେ ଦୂରରେ ଥିବା ଲୋକଙ୍କ ସୁରକ୍ଷା ଦେବା କଷ୍ଟକର ବ୍ୟାପାର ହେଉଛି। ଅନ୍ୟପକ୍ଷରେ ବାଙ୍ଗିରିପୋଷି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି କହିଛନ୍ତି, ଭୁଆସୁଣୀରେ ଫାଣ୍ଡିର ଆବଶ୍ୟକତା ରହିଛି। କାରଣ ଉକ୍ତ ପଞ୍ଚାୟତ ଗୁଡ଼ିକ ସିମିଳିପାଳ ଜାତୀୟ ଉଦ୍ୟାନ ଅଞ୍ଚଳରେ ରହିଥିବାରୁ ସେଠାରେ ଘଟୁଥିବା ବହୁ ଘଟଣା ପୁଲିସ ପାଖରେ ବିଳମ୍ବରେ ପହଞ୍ଚୁଛି।
ବାଙ୍ଗିରିପୋଷି, କୁମ୍ଭାରମୁଣ୍ଡା ରୁ ସତ୍ୟବ୍ରତ ସେଠୀ ଭଞ୍ଜଦୂତ ଖବର।