
ବାଙ୍ଗିରିପୋଷୀ ଦୁର୍ଗା ମଣ୍ଡପରେ ଷୋଡ଼ଶ ପ୍ରହର ନାମ ଯଜ୍ଞ ।
——————————–
ବାଙ୍ଗିରିପୋଷି ବଜାର ରେ ଥିବା ଦୁର୍ଗାମଣ୍ଡପ ରେ ମାନ୍ୟବର ବିଧାୟିକା ସଂଜଳି ମୁର୍ମୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶୋଡଶ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି। ଏହା ଅତୀବ ଆକର୍ଷଣୀୟ ଓ ମନମୁଗ୍ଧର ଆସର ପାଲଟିଛି । ପ୍ରାୟ ଦୁଇଶହ ରୁ ଉର୍ଦ୍ଧ୍ବ ମହିଳା ନିକଟସ୍ଥ ନଦୀ ଜଳ ଉତ୍ତୋଳନ କରି ୨୬ ତାରିଖ ଦିନ କୁମ୍ଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳ ରୁ ପ୍ରାଏ ଆଠଗୋଟି ଦଳ ଯୋଗ ଦେଇଛନ୍ତି । ସେଗୁଡିକ ହେଲେ , ନୈକାଳୀ ସଙ୍କୀର୍ତ୍ତନ ମଣ୍ଡଳୀ( ବରୁଣେଇ), ସାନ କୁଲଡ଼ିହା ସଙ୍କୀର୍ତ୍ତନ ମଣ୍ଡଳୀ (ଶ୍ୟାମାଖୁଣ୍ଟା), ମୁରଲୀ ସଙ୍କୀର୍ତ୍ତନ ମଣ୍ଡଳୀ (ଡୁକୁର।), ବେଲବରିଆ ସଙ୍କୀର୍ତ୍ତନ ମଣ୍ଡଳୀ (ବେଙ୍ଗଲ), ଗୋବିନ୍ଦପୁର ସଙ୍କୀର୍ତ୍ତନ ମଣ୍ଡଳୀ (ପୁରୁଲିଆ), କୁଆମର। ସଙ୍କୀର୍ତ୍ତନ ମଣ୍ଡଳୀ (ମହିଳା), ବେତନଟୀ ସଙ୍କୀର୍ତ୍ତନ ମଣ୍ଡଳୀ (ମହିଳା), ମୋରଡ। ସଙ୍କୀର୍ତ୍ତନ ମଣ୍ଡଳୀ ( ମହିଳା) ସମୂହ ଯୋଗ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ଅନୁସାରେ ନାମ କୀର୍ତ୍ତନ କରୁଛନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ସଙ୍କୀର୍ତ୍ତନ କୁ ଉପଦ୍ଭୋଗ କରୁଛନ୍ତି । ତା ୨୭ ଓ ୨୮ରିଖ ହରିହାଟ ର ସମୟ ଦିବା ୯.୩୦ ମିନିଟ୍ ରୁ ରାତ୍ର ୧୧.୩୦ମିନିଟ୍ ପର୍ଯ୍ୟନ୍ତ ରହିଛି । ସେଦିନ ପ୍ରସାଦ ସେବନ ର ବନ୍ଦୋବସ୍ତ କରା ଯାଇଛି। ପ୍ରମୁଖ ଶୋହଳ ପ୍ରହର ଜନସାଧାରଣ ମାନଙ୍କ ମଧ୍ୟରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି । ଲୋକମାନେ କହୁଥିବାର ଶୁଣିବାକୁ ମିଳୁଛି ଯେ ଏଭଳି ନାମ ଯଜ୍ଞ ଓ କୀର୍ତ୍ତନ ଆମେ ଆମ ପିଲାଦିନ ରୁ ଦେଖିନଥିଲୁ । ବିଧାୟିକା ସଞ୍ଜଳି ମୁର୍ମୁ ଙ୍କ ଭୂରି ଭୂରି ପ୍ରଶଂସା ଶୁଣିବାକୁ ମିଳୁଛି । ଲୋକନାଥ ମହାନ୍ତ ଙ୍କ ରିପୋର୍ଟ , ଭଂଜଦୁତ୍ତ ନିଉଜ୍ ।