
“”ଅପରେସନ୍ ସିନ୍ଦୂର “”ଭାରତର ନୂଆ ଛବି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ଯକ୍ରମ ”ମନ କୀ ବାତ୍”ର ୧୨୨ ତମ ଅଧ୍ୟାୟରେ କହିଛନ୍ତି ଯେ “ଅପରେସନ ସିନ୍ଦୂର “କେବଳ ଏକ ସାମରିକ ମିସନ ନୂହେଁ, ଏହା ଆମର ସଂକଳ୍ପ, ସାହସ ଏବଂ ନୂଆ ଭାରତର ଛବି ।ଏହି ଅପରେସନ ସମଗ୍ର ଦେଶକୁ ଦେଶ ଭକ୍ତି ଭାବନାରେ ଭରି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ପ୍ରଧାନମନ୍ତ୍ରୀ ଭାରତୀୟ ସେନାର ବୀରତ୍ୱକୁ ପ୍ରଶଂସା କରି କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ଲଢେଇ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି।ସମଗ୍ର ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇଛି ଏବଂ ଆତଙ୍କବାଦକୁ ଶେଷ କରିବା ପାଇଁ ଦେଶର ଲଢେଇ ଆହୁରି ମଜଭୁତ ହୋଇଛି।ଆମ ସେନା ଯେଭଳି ସଠିକତାର ସହ ସୀମାରେ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଗୁଡିକୁ ଧ୍ବଂସ କରିଛି ତାହା ଆଶ୍ଚର୍ଯ୍ୟଜନକ।”ଅପରେସନ ସିନ୍ଦୂର “ସମଗ୍ର ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼େଇ କୁ ନୂଆ ଆତ୍ମବିଶ୍ଵାସ ଓ ଉତ୍ସାହ ଦେଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି “”ଅପରେସନ ସିନ୍ଦୂର “”ଦେଶର ଲୋକଙ୍କୁ ଏତେ ପ୍ରଭାବିତ କରିଛି ଯେ ଅନେକ ପରିବାର ଏହାକୁ ସେମାନଙ୍କ ଜୀବନର ଏକ ଅଂଶ କରିଛନ୍ତି।ବିହାରର କଟିହାର, ୟୁପିର କୁଶୀନଗର ଏବଂ ଅନ୍ୟ ସହର ରେ ସେହି ସମୟରେ ଜନ୍ମ ହୋଇଥିବା ପିଲାଙ୍କ ନାମ ”ସିନ୍ଦୂର ”ରଖାଯାଇଛି।ଅପରେସନ ସିନ୍ଦୂରକୁ ନେଇ ସମଗ୍ର ଦେଶରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।ହାତରେ ତ୍ରିରଙ୍ଗା ଧରୀ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଦେଶର ସେନାକୁ ସଲାମ୍ କରିଥିଲେ।ଅନେକ ସହରରେ ବହୁ ସଂଖ୍ୟକ ଯୁବକ ଏକାଠି ହୋଇ ସିଭିଲ ଡିଫେନ୍ସ ସ୍ଵେଚ୍ଛାସେବୀ ପାଲଟିଥିଲେ।ପ୍ରଧାନମନ୍ତ୍ରୀ ଆଜିର ମନ କୀ ବାତ୍ ରେ ଯୋଗ ଦିବସ ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ।ସେ କହିଥିଲେ ଯେ ‘ଆନ୍ତର୍ଜାତୀୟ ଯୋଗ ଦିବସ ‘ପାଇଁ ଆଉ ଏକ ମାସରୁ କମ୍ ସମୟ ବାକି ଅଛି।୨୦୧୫ ଜୁନ ୨୧ ତାରିଖ ରେ “ଯୋଗ ଦିବସ ” ଆରମ୍ଭ ହେବା ପରଠାରୁ ଏହାର ଆକର୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।ଏଥର ମଧ୍ୟ “ଯୋଗ ଦିବସ “କୁ ନେଇ ସମଗ୍ର ବିଶ୍ୱରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି।ଆନ୍ଧ୍ରପ୍ରଦେଶ ସରକାର “ଯୋଗ ଆନ୍ଧ୍ର “ଅଭିଯାନ ଆରମ୍ଭ କରିଛନ୍ତି।ସମଗ୍ର ରାଜ୍ୟରେ ଯୋଗ ସଂସ୍କୃତି ର ବିକାଶ କରିବା ଏହାର ଲକ୍ଷ୍ୟ ଚଳିତ ବର୍ଷ ବିଶାଖାପାଟଣାରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।।।।ଅନୀଲ କୁମାର ସାହୁ ସାରସକଣା, ଜାମଶଳା ରୁ ଭଞ୍ଜଦୂତ ରିପୋର୍ଟ।।