*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ଠାରେ ଯୁକ୍ତ ଦୁଇ କଳା ବିଦ୍ୟାଳୟ ନୂତନ କୋଠା ନିର୍ମାଣ ନେଇ ଭୂମିପୂଜନ ଉତ୍ସବ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୫
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ଠାରେ ଯୁକ୍ତ ଦୁଇ କଳା ବିଦ୍ୟାଳୟ ନୂତନ କୋଠା ନିର୍ମାଣ ନେଇ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ପାରମ୍ପରିକ ଭୂମି ପୂଜନ କରିଥିବା ବେଳେ ଉନ୍ନତ ମାନର ନିର୍ମାଣ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଏହି ଶିକ୍ଷାନୁଷ୍ଠାନ ଅଞ୍ଚଳ ରେ ଶିକ୍ଷା ଜ୍ୟୋତି ପ୍ରଦାନ କରିବା ସହ ଗ୍ରାମାଞ୍ଚଳ ରେ ଛାତ୍ର ଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ସ୍ୱପ୍ନ କୁ ସାକାର କରିବ ବୋଲି କହିଥିଲେ। ଭୂମିପୂଜନ ଉତ୍ସବ ରେ ଯୁକ୍ତ ଦୁଇ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ସଂଯୁକ୍ତା କୁମାରୀ ସାହୁ, ସରପଞ୍ଚ ଜିତୁ କୁମ୍ଭାର, ଆଇନଜୀବୀ ଯୁଧିଷ୍ଠିର ମେହେର, ରବୀନ୍ଦ୍ର କୁମ୍ଭାର, ସମାଜସେବୀ ସାହିଦ ଖାନ୍ ବହୁ ନାଗରିକ ଯୋଗ ଦେଇଥିଲେ।
