ଶୋଭନୀୟ ଶିକ୍ଷାଶ୍ରମ ପ୍ରତିଷ୍ଠା ଦିବସ
ବନ୍ତ /ଆଗରପଡ଼ା,(ନିପ୍ର) ଆଗରପଡ଼ା ଶୋଭନୀୟ ଶିକ୍ଷାଶ୍ରମ ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ସରପଞ୍ଚ ପ୍ରକାଶ ବିଶ୍ଵାଳ, ଶିକ୍ଷାବିତ ମହେନ୍ଦ୍ର ନାୟକ, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ,ଶିକ୍ଷାବିତ ପ୍ରୀତିଶକାନ୍ତ ଶତପଥୀ, ପଞ୍ଚାନନ ପୃଷ୍ଟି, ଭୋଳାନାଥ ନାୟକ,ପ୍ରଦୀପ ପୁହାଣ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷାଶ୍ରମର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପ୍ରାକ୍ତନ ସରପଞ୍ଚ ରବିନ୍ଦ୍ର ପଣ୍ଡାଙ୍କ ସଭାପତିତ୍ଵରେ ଆୟୋଜ୍ରିତ ସଭାରେ ପ୍ରଧାନଶିକ୍ଷୟିତ୍ରୀ ସୁକାନ୍ତିଲତା ସିଂହ ସ୍ୱାଗତ ଭାଷଣ ଦେଇଥିଲେ ।
