“ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳିତ”
ରାଙ୍ଗାମାଟିଆ:୦୯/୦୮/୨୦୨୬: ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ରାଙ୍ଗାମାଟିଆ ଗ୍ରାମ ସ୍ଥିତ ମୁଣ୍ଡା ସଂସ୍କୃତି ଭବନ ଗୃହରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଅଧିବେଶନରେ ଅତିଥି ଭାବେ ବିର୍ସା ମୁଣ୍ଡା ମେମୋରିଆଲ କାଲଚୁରାଲ ଫାଉଣ୍ଡେସନର ସଭାପତି ପୂର୍ଣ୍ଣଚନ୍ଦ୍ର ସିଂ, ଶ୍ୟାମାଖୁଣ୍ଟା ବ୍ଲକ ୪୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ସିଂ, ରାଙ୍ଗାମାଟିଆ ଗ୍ରାମପଞ୍ଚାୟତର ସରପଞ୍ଚ ରୋହିଦାସ ସିଂ, ବଡ଼ସାହି ବ୍ଲକ ୨୨ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ସିଂ, ବଡ଼ସାହି ବ୍ଲକ ଖାନୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସୁରେନ୍ଦ୍ର ସିଂ, ମୁଣ୍ଡାରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଲକାନ ପ୍ରଭୁଦୟାଲ ନାଗ୍, ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର କେନ୍ଦ୍ରୀୟ ଆବାହକ ବିରବଲ ସିଂ ପ୍ରମୁଖ ବିଶ୍ବ ଆଦିବାସୀ ଦିବସ ପାଳନର ଉଦ୍ଦେଶ୍ୟ ସମ୍ଵନ୍ଧରେ ବକ୍ତୃତା ଦେଇଥିଲେ । ଏଥିସହିତ ଆଦିବାସୀ ମାନଙ୍କର ପରିଚୟର ସୁରକ୍ଷା ଏବଂ ସଂରକ୍ଷଣ, ଆଦିବାସୀ ମାନଙ୍କର ଜୀବନ ଜୀବିକା, ଶିକ୍ଷାର ସ୍ଥିତି, ଆଦିବାସୀ ମାନଙ୍କର ସାମ୍ବିଧାନିକ ଅଧିକାର ସମ୍ବନ୍ଧରେ ସଚେତନତା ଏବଂ ଲୋକମାନଙ୍କ ପାଖକୁ ପହଞ୍ଚାଇବା, ଆଦିବାସୀମାନଙ୍କର ରୋଜଗାର ଏବଂ ଭବିଷ୍ୟତ ପାଇଁ ସଂଚୟ କରିବା ପ୍ରଭୃତି ବିଷୟରେ ଆଲୋଚନା କରିଥିଲେ । ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଆବାହକ ବିରବଲ ସିଂ ଏହି ଅଧିବେଶନରେ ସଭାପତିତ୍ବ କରିଥିଲେ ଏବଂ ସଙ୍ଘଠନ ର ସାଧାରଣ ସମ୍ପାଦକ ଇଂ ସୁନାରାମ ସିଂ ସଭା ପରିଚାଳନା କରିଥିଲେ l ଏହି ଅବସରରେ ଗତ ଜୁନ୍ ମାସ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ମୁଣ୍ଡାରୀ ଭାଷା ବାର୍ଷିକ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା । ମୁଣ୍ଡାରୀ ଶିକ୍ଷା ପରିଷଦର ମୁଣ୍ଡାରୀ ଶିକ୍ଷା ପରିଷଦର ସଂପାଦକ ବୁଧିଆ ସିଂ ଚଳିତବର୍ଷର ମୁଣ୍ଡାରୀ ବାନି ବିଦ୍ୟାଳୟ ତଥା ସାକ୍ଷରତାର ପ୍ରଗତି ବିବରଣୀ ପାଠ କରିଥିଲେ । ଏଥିରେ ଏବର୍ଷ ବିଶ୍ୱ ଆଦିବାସୀ ଦିବସ ପାଳନ ର ବିଷୟ ଆଦିବାସୀ ଧାତ୍ରୀ ମାନଙ୍କୁ ସନ୍ମlନ ଦେବା ଉଦେଶ୍ୟ ଆଦିବାସୀ ଆଶା ଦିଦି ମାନଙ୍କୁ ସମ୍ନାନ୍ୱିତ କରାଯାଇଥିଲା l ଏଥିରେ ବିଭିନ୍ନ ବ୍ଲକ ରୁ ସଙ୍ଘଠନ ର କର୍ମ କର୍ତା ତଥା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l ଶେଷରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ବଡ଼ସାହି ବ୍ଲକ ଆବାହକ ବୈଦ୍ୟ ନାଥ ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।
