*କ୍ଲଷ୍ଟର ସ୍ଥରୀୟ ସେବା ନିବୃତ୍ତ ସମ୍ମାନ ସଭା*
ବଲାଙ୍ଗିର , (ନି.ପ୍ର:ପ୍ରଦୀପ କୁମାର ସା) ବଲାଙ୍ଗିର ସଦରବ୍ଲକ ଅଧିନସ୍ଥ ସକମା କ୍ଲଷ୍ଟରର ସକମା ସରକାରୀ ପ୍ରାଥମିକ ବିଦ୍ଯାଲୟଠାରେ କ୍ଲଷ୍ଟର ସ୍ଥରୀୟ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସକମା ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ବରାଡଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ବଲାଙ୍ଗିର ସଦର ବ୍ଲକ ବି ଇ ଓ ଶ୍ରୀଯୁକ୍ତ ଦିଲ୍ଲୀପ ଯୋଶୀ ପ୍ରମୁଖ ଅତିଥି ଭାବେ ପୂର୍ବତନ ବି ଇ ଓ ଶ୍ରୀଯୁକ୍ତ ନୀଳମଣି ପଟେଲ ସମ୍ମାନୀତ ଅତିଥି ଭାବେ ଏ ବି ଇ ଓ ଶ୍ରୀମତି ସନ୍ଧ୍ଯାରାଣୀ ଧରୁଆ ଶିକ୍ଷକ ସଂଘ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ ଖମାରି ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଶ୍ରୀଯୁକ୍ତ ଡିଙ୍ଗର ବଡକା ଶ୍ରୀମତି ଆରତି ସାହୁ ଶ୍ରୀମତି ବିମଳା ତ୍ରୀପାଠି ଓ ସି ଆର୍ ସି ସି ଶ୍ରୀଯୁକ୍ତ ରାଜକୁମାର ରଣା ମଞ୍ଚାସୀନ ଥିଲେ । ରାମସିଂହା ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଂକୀର୍ତ୍ତନ ମହାଲିଙ୍ଗ ସଭା ସଂଯୋଜନା କରିଥିଲେ । ବି ଇ ଓ କାର୍ଯାଳୟରୁ ଶ୍ରୀଯୁକ୍ତ ଦୁଲାଳ ନାଥ, ସାଗରିକା ଖମାରି, ଅସ୍ମିତା ତ୍ରୀପାଠି ସୁନେତ୍ରି ମିଶ୍ର ଓ ଗରିବ ସେଟ ଯୋଗଦେଇଥିଲେ । ଏହି ସଭାରେ ଶ୍ରୀଯୁକ୍ତ ପଟେଲ ସମ୍ପୂର୍ଣ ସମର୍ପଣ ଭାବ ନେଇ ଛାତ୍ର ଛାତ୍ରୀଙ୍କ ବିକାଶ ପାଇଁ କାର୍ଯ୍ଯ କରିବାକୁ ପରାମର୍ଶ ଦେଇଥିଲେ। ବି ଇ ଓ ଶ୍ରୀଯୁକ୍ତ ଯୋଶୀ ଶିକ୍ଷକମାନେ ହିଁ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ କରି ସମାଜରେ ସଂସ୍କାର ଆଣିପାରିବେ ବୋଲି ମତବ୍ଯକ୍ତ କରିଥିଲେ ।ଶିକ୍ଷକଙ୍କ ବିଭିନ୍ନ ସମସ୍ଯା ବିଷୟରେ ଶ୍ରୀଯୁକ୍ତ ଖମାରି ଆଲୋଚନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷକଙ୍କ ଭୁମିକା ବିଷୟରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ବି ଇ ଓ ଶ୍ରୀଯୁକ୍ତ ପଟେଲଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଶ୍ରୀଯୁକ୍ତ ବଡକା ଶ୍ରୀମତି ସାହୁ ଓ ଶ୍ରୀମତି ତ୍ରୀପାଠିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସି ଆର୍ ସି ସି ଶ୍ରୀଯୁକ୍ତ ରଣା ଧନ୍ଯବାଦ ଅର୍ପଣ କରିଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ଗୋପୀନାଥ ଦଣ୍ଡସେନା, ମହେଶ ବେହେରା, ଯମୁନା ପଧାନ, ନିକିତା ରାଉତ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
