ତାଳଚେର: ପଶ୍ଚିମବଙ୍ଗରେ ବିଜେପିର ବିଜୟ ପରେ ତାଳଚେର ପୌର ପରିଷଦ ରେ ଝାଲ୍ ମୁଢ଼ି କ୍ରେଜ୍।
ଯୁବ ନେତା ସ୍ୱାଧୀନ ଥମ୍ବ ଙ୍କ ନିଆରା ଢଙ୍ଗରେ ଝାଲମୁଢି ଖାଏଙ୍ଗେ ଦିଦି ଙ୍କ ଭଗାଏଙ୍ଗେ
ରିପୋର୍ଟ ମନୋଜ ରାଉତ
ତାଳଚେର:(ନି ପ୍ର) ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ମୋଦି ଯୋଗ ଦେବା ସମୟରେ ଝାଲ୍ ମୁଢ଼ି ଖାଇଥିଲେ। ଏହି ଝାଲ୍ ମୁଢ଼ି କୁ ନେଇ ଶାସକ’ ଟି ଏମ୍ ସି ପକ୍ଷରୁ ବିଭିନ୍ନ ପ୍ରକାରର କଟାକ୍ଷ କରାଯାଇଥିଲା ଏହାକୁ ବିରୋଧୀ ବିଜେପି ମଧ୍ୟ ଜବାବ ଦେଇଥିଲା। ଫଳାଫଳ ଘୋଷଣା ପରେ ବିଜେପି ର ବୃହତ୍ତମ ବିଜୟ ହୋଇଛି। ଏହି ବିଜୟ ଉତ୍ସବ ଓଡ଼ିଶା ର ବିଭିନ୍ନ ଜିଲ୍ଲାରେ ପାଳନ କରାଯାଇଛି। ହେଲେ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ପୌର ପରିଷଦ ହାଟୋତଟା ଠାରେ ଶହ ଶହ ଲୋକଙ୍କୁ ଝାଲମୁଢି ପ୍ରଦାନ କରି ବିଜୟ ଉତ୍ସବ ପାଳନ କରିଛନ୍ତି। ସହର ବାସୀ ଏହି ଉତ୍ସବ ରେ ନା ଥିଲା ଡିଜେ ନା ବାଣ ରୋଷଣୀ, ଥିଲା ଲୋକ ମାନଙ୍କ ମଧ୍ୟରେ ଝାଲମୁଢି ଖାଇବାର ଉତ୍ସାହ, ଉତ୍ସହର ସହ ସମସ୍ତେ ଝାଲମୁଢି ଜଳପାନ କରିଥିଲେ, ଏପରି ବିଜୟ ଉତ୍ସବ ପାଳନ କରି ନିଆରା ଝାଲମୁଢି କ୍ରେଜ୍ ସୃଷ୍ଟି କରିଛନ୍ତି। ଯୁବ ନେତା ସ୍ବାଧୀନ ଥମ୍ବ।
