ଯାଜପୁର ଜିଲ୍ଲା ର ମାଟ୍ରିକ ଟପ୍ପର ଶୁଭମ ସାହୁ। ଯାଜପୁର (ଭଞ୍ଜ ଦୂତ ଖବର-ନିରୋଜ କୁମାର ସେଠୀ )ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଯାଜପୁର ଜିଲ୍ଲା କାକୁଡି କୁଦ ଗ୍ରାମ ର ଶୁଭମ ସାହୁ 573 ନମ୍ବର ରଖି ଯାଜପୁର ଜିଲ୍ଲା ପାଇଁ ଗର୍ବ ଓ ଗୈାରବ ଆଣିଛନ୍ତି। ଯାଜପୁର ବ୍ଲକ ଜାଲ ପଡା ପଞ୍ଚାୟତର ଅଧିନ କାକୁଡ଼ି କୁଦ ଗ୍ରାମର ଶୁଭମ ସାହୁ ସ୍ବାଗତ ଇନ୍ଦ୍ରମଣି ସାହୁ ଓ ସୁମିତ୍ରା ସାହୁ ଙ୍କର ପୁତ୍ର,ଶୁଭମ ସତ୍ୟ ସାହି ସରକାରୀ ଉଚ୍ଚବିଦ୍ୟାଳୟରେ ପାଠ ପଢୁ ଥିବା ବେଳେ ସେ ଦିନକୁ ଆଠ ଘଣ୍ଟା ପ୍ରରିଶ୍ରମ କରୁ ଥିଲେ। ସେ ଜଣେ ଭଲ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତାଂକ ବାପାଙ୍କ ଆତ୍ମାକୁ ପୁରଣ କରିଛନ୍ତିି ବୋଲି କହିଛନ୍ତ।ଏହି ସଫଳତାର ଶ୍ରେୟ ସ୍କୁଲର ଶିକ୍ଷକ ମାନକୁ ଦେଇଛନ୍ତି। ତାଂକ ର ମା ସୁମିତ୍ରା ସାହୁ ପାଚିକା କାମ କରି ପୁଅକୁ ଭଲ ମଣୀଷ କରିବା ପାଇଁ ଲାଗି ପଡ଼ିଥିଲେ ବୋଲି ତାଂକର ମାଆ ସୁମିତ୍ରା କହିଛନ୍ତି।ଖୁସିର ଲହରୀ ସହିତ ସମ୍ବର୍ଦ୍ଧନା ର ସୁଅ ଛୁଟିଛି।
