*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ୬୫ ତମ ସାହାଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଦୁଇ ଗୋଟି ମେଚ ଅନୁଷ୍ଠିତ*।
ନୂଆପଡା (ମିଖାଏଲ ନନ୍ଦ)
ତା:୨୪.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ୬୫ ତମ ସାହାଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଦୁଇ ଗୋଟି ମେଚ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ମେଚ କୋରାପୁଟ ସହ କନ୍ଧମାଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଲେ ଖେଳ ଡ୍ର ହୋଇଅଛି। ଦୁଇ ଦଳ କୁ ଏକ ପଏଣ୍ଟ ଦିଆଯାଇଅଛି। ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଦ୍ୱିତୀୟ ଖେଳ ମାଳକାନଗିରି ଓ ନୂଆପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଅଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ୍ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଯୋଗ ଦେଇ ଫୁଟବଲ୍ ଖେଳ ଚାହିଦା ବୃଦ୍ଧି ହେବା ସହ ଅଞ୍ଚଳ ରେ ଫୁଟବଲ୍ ଖେଳ ର ରୁଚି ଜାଗ୍ରତ ହେବ ବୋଲି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ୬୫ ସାହାଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଖଡ଼ିଆଳ ଫୁଟବଲ୍ ମହକୁମ୍ଭ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସାହାଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମ୍ୟାନେଜର ଭାବରେ ମନୋଜ କୁମାର ନାଏକ ଯୋଗ ଦେଇଥିଲେ। ଦ୍ୱିତୀୟ ଖେଳ ନୂଆପଡ଼ା ଏବଂ ମାଲକାନଗିରି ଦଳ ପ୍ରଥମାଦ୍ଧରେ ଡ୍ର ରହିଛନ୍ତି।
