ଭାରତୀୟ ଇତିହାସ ପରିଷଦ ଅନୁଦାନରେ ଜାତୀୟ ପାଠଚକ୍ର ଘୁମସର ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଅନୁଷ୍ଠିତ।
ଭଞ୍ଜନଗର-୨୪/୦୯ (ପ୍ରଫୁଲ୍ଲ କୁମାର ମହାରଣା )
୨୦୧୭ ମସିହାରେ ପ୍ରତିଷ୍ଠିତ ଘୁମସର ଗବେଷଣା ପ୍ରତିଷ୍ଠାନ ର ପରିଚାଳନା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ
ଡ.ସନ୍ତୋଷ କୁମାର ଆପଟ ଙ୍କ ସଭାପତିତ୍ୱରେ ଭଞ୍ଜନଗର ଲଣ୍ଡେଇସାହି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେଇଯାଇଛି । ବୈଠକରେ ଆଗାମୀ ନଭେମ୍ବର ୨୮ ଏବଂ ୨୯ ତାରିଖରେ ଭାରତୀୟ ଇତିହାସ ଗବେଷଣା ପରିଷଦ ର ଆର୍ଥିକ ସହାୟତାରେ ଏକ ଦୁଇ ଦିନିଆ ଜାତୀୟ ପାଠଚକ୍ର ଆୟୋଜନ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ୭୦ ଜଣରୁ ଉର୍ଦ୍ଧ ଗବେଷକ ନିଜ ନିଜର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପିତ କରିବାକୁଥିବା ଏହି ଜାତୀୟ ପାଠଚକ୍ରରେ ପାଞ୍ଚ ଜଣ ବିଶିଷ୍ଟ ଐତିହାସିକଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ବୈଠକରେ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ପରିଚାଳନା ସମିତିର ସଦସ୍ୟ ମାନଙ୍କ ମଧ୍ୟରେ ଦାଇତ୍ୱ ପ୍ରଦାନ କରାଇଥିବା ଏହି ଦୁଇଦିନିଆ ପାଠଚକ୍ର ର ସଂଯୋଜକ ଡ.ଶ୍ୟାମା ପ୍ରସାଦ ମିଶ୍ର ଜଣାଇଛନ୍ତି । ଏହି ବୈଠକରେ ଡ.ସନ୍ତୋଷ କୁମାର ଆପଟ, ଡ. ଶିରିଷ କୁମାର ଷଡଙ୍ଗୀ, ଦାମୋଦର ଷଡଙ୍ଗୀ, ତପନ କୁମାର ମିଶ୍ର, ଲୋକନାଥ ମହାନ୍ତି, ଡ.ରବୀନ୍ଦ୍ର କୁମାର ମିଶ୍ର, ଅଶୋକ କୁମାର ସ୍ୱାଇଁ, ବାବୁଲା ପ୍ରଧାନ, ଅଜୟ କୁମାର ବିଶ୍ବାଳ, ବିଶ୍ୱଜିତ ସ୍ବାଇଁ, ନେତାଜୀ ବିଷୋୟୀ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ଅଶୋକ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
****
ରିପୋର୍ଟର -ପ୍ରଫୁଲ୍ଲ କୁମାର ମହାରଣା।
