*ନୂଆପଡ଼ା ଜିଲ୍ଲା ରେ ଲଘୁଚାପ ଜନିତ ବର୍ଷା ଥିବା ବେଳେ ପାଣିପାଗ ବିଭାଗ ସୂଚନା କୁ ଜିଲ୍ଲାପାଳଙ୍କ ତୀକ୍ଷଣ ନଜର, ସ୍କୁଲ ଓ ଶିକ୍ଷା ଅନୁଷ୍ଠାନରେ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ଆହ୍ୱାନ*।
ନୂଆପଡା(ମିଖାଏଲ ନନ୍ଦ) ତା:୨୪.୦୯.
ନୂଆପଡ଼ା ଜିଲ୍ଲା ରେ ଲଘୁଚାପ ଜନିତ ବର୍ଷା ଥିବା ବେଳେ ପାଣିପାଗ ବିଭାଗ ସୂଚନା କୁ ଜିଲ୍ଲାପାଳଙ୍କ ତୀକ୍ଷଣ ନଜର, ସ୍କୁଲ ଓ ଶିକ୍ଷା ଅନୁଷ୍ଠାନରେ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ଆହ୍ୱାନ କରିଛନ୍ତି। ଶିକ୍ଷକ ମାନେ ନିଜ ଦାୟିତ୍ୱ କୁ ପୂର୍ଣ୍ଣାଙ୍ଗ ନିଷ୍ଠାରେ ପାଳନ କରିବାକୁ ଆହ୍ୱାନ ଦେଇଥିବା ବେଳେ ସାମାନ୍ୟ ବର୍ଷା ରେ ଶିକ୍ଷା କେନ୍ଦ୍ର ବନ୍ଦ କରିବା ନେଇ ଅନେକ ଫୋନ ଆସିଥିବା ଏକ ଦୁର୍ଭାଗ୍ୟ ଜଣକ ଅଟେ। ଆଜିର ଛାତ୍ର କାଲିର ଭବିଷ୍ୟତ କୁ କେବଳ ଛୁଟି ଦେଇ ତାଙ୍କ ଭବିଷ୍ୟତ କି କାହିଁକି ଅନ୍ଧକାର କରାଯିବ। ପ୍ରତିକୂଳ ପରିସ୍ଥିତି ରେ ଶିକ୍ଷାଦାନ କରିବାକୁ ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରତ୍ୟେକ ଶିକ୍ଷକ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଗୋଟିଏ ଦିନ ବିଦ୍ୟାଳୟ ବନ୍ଦ ହେଲେ ସାତ ଘଣ୍ଟା ଛାତ୍ର ସମୟ ନଷ୍ଟ ହୋଇଥାଏ। ସମୟର ସଦୁଉପୟୋଗ କରିବାକୁ ସହ ଶିକ୍ଷାଦାନ ପାଇଁ ଆହ୍ୱାନ।
