ରଘୁନାଥପୁର ବ୍ଲକରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ଜିଲ୍ଲାପାଳ ଜେ. ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଏହି ଶିବିରରେ ସମୁଦାୟ ୩୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୨ ଟି ଅଭିଯୋଗର ତତ୍କାଳ ଶୁଣାଣି କରାଯାଇଥିଲା। ଏହି ଶିବିରରେ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୩୦ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ ବା ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୮ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମ୍ବନ୍ଧୀୟ ୪ ଟି, ଆବାସ ଯୋଜନା ସମ୍ପର୍କୀୟ ୩ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୪ ଟି, ପୋଲିସ୍ ସହାୟତା ପାଇବା ପାଇଁ ୨ ଟି, ପେନସନ ପାଇବା ପାଇଁ ୩ ଟି ଏବଂ ଅନ୍ୟାନ୍ୟ ୧୨ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ରଘୁନାଥପୁର ବ୍ଲକ ନିକଟରୁ ବାହାରି ତରିକୁନ୍ଦ ପର୍ଯ୍ୟନ୍ତ ଯାଉଥିବା ସରକାରଙ୍କର ଲକ୍ଷ୍ମୀ ବସ ଟି ଏବେ ଯୋଗଧାରି ଯିବା ଦ୍ଵାରା ଜନ ସାଧାରଣ ବ୍ଲକ, ତହସିଲ ଓ ଥାନା ଇତ୍ୟାଦି ଆସିବାକୁ ହଇରାଣ ହେଉଥିବାରୁ ଏ ଦିଗରେ ଯୋଗଧାରି ପର୍ଯ୍ୟନ୍ତ ନଯାଇ ଆଗ ଅପେକ୍ଷା ଚାଲୁ ବୋଲି ରଘୁନାଥପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଜୟ କୁମାର ସ୍ଵାଇଁ, ରାଜେନ୍ଦ୍ର ନାରାୟଣ ସିଂହ, ପ୍ରଦୀପ୍ତ ନାୟକ, ସତ୍ୟାନନ୍ଦ ସାହୁ, ପ୍ରକାଶ ବାରିକ, ସରୋଜ କୁମାର ଦାସ ଓ ମଳୟ ପାଣି ପ୍ରମୁଖ ଦାବି କରିଥିଲେ । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ବେହେରା, ତହସିଲଦାର ରାଜଲକ୍ଷ୍ମୀ ନାୟକ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ ।
