*ନୂଆପଡ଼ାରେ ପୁଲିସର ବଡ଼ ଆକ୍ସନ: କଫ୍ ସିରପ ଡିଲ୍ ବେଳେ ମାଡ଼ି ବସିଲା ଟିମ୍ ୩ ଗିରଫ*
ନୂଆପଡା(ମିଖାଏଲ ନନ୍ଦ)
ତା-୦୫/୦୫
ନୂଆପଡ଼ା ସହର ସିରତୋଲ
ପୋଖରୀ ହିଡ଼ରେ ବେଆଇନ ଡିଲ ବେଳେ ପୁଲିସ ମାଡ଼ି ବସିଥିଲା। ସେଠି ୧୪୩ ବୋତଲ କଫ ସିରପ ଜବତ କରିବା ସହ ସିରତୋଲର ରଂଜନ ଦାଶ ଓରଫ ଟିଟୁ, ଅରବିନ୍ଦ ନାଏକ ଓ ସୁଧୀର ନାଗ ଓରଫ ଡଲୁକୁ
ଗିରଫ କରିଥିବା ନୂଆପଡ଼ା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଷ୍ଟେଶ୍ଵର ସାହୁ ସୂଚନା ଦେଇଛନ୍ତି। ଗତକାଲି ସକାଳେ ନୂଆପଡ଼ା ସହର ସିରତୋଲ ପୋଖରୀ ହିଡ଼ରେ ବେଆଇନ କଫ ସିରପ ଡିଲ ହେଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ଵରେ ଏକ ଟିମ ଚଢ଼ଉ କରିଥିଲା। ସେଠି ୧୪୩ଟି ବେଆଇନ କଫ ସିରପ, ୧୦୫୦ଟଙ୍କା, ଗୋଟିଏ ମୋବାଇଲ ଫୋନ ଜବତ କରିଥେଲେ। ବେଆଇନ କଫ ସିରପ
ବିକ୍ରି ଅଭିଯୋଗରେ ରଂଜନ, ଅରବିନ୍ଦ ଓ ଡଲୁଙ୍କୁ ଗିରଫ କରିଥିଲେ। ଏନେଇ ନୂଆପଡ଼ା ପୁଲିସ ଏକ ମାମଲା ରୁଜୁକରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ
କରିଥିଲେ । ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନୂଆପଡ଼ା
ସହରରେ ବେଆଇନ କଫ ସିରପ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରୟାସ ଜାରି ରହିଛି ବୋଲି ପୁଲିସ କହିଛି।ଗିରଫ ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଅଞ୍ଚଳରେ ଏହି ବେଆଇନ ନିଶା କାରବାର ଚଳାଇଥିବା ସନ୍ଦେହ କରାଯାଉଛି।ନୂଆପଡ଼ା ପୁଲିସର ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଞ୍ଚଳର ନିଶା ବେପାରୀଙ୍କ ମଧ୍ୟରେ ଛନକା ପଶିଛି।
