ହେମଗିରି ବ୍ଲକ ଅନ୍ତର୍ଗତ ରକ୍ସା ବୁଢ଼ା ମନ୍ଦିରରେ ବୈଶାଖ ପୂର୍ଣ୍ଣିମା ତଥା ବୁଦ୍ଧ ପୂର୍ଣ୍ଣିମା ଅବସରରେ ମନ୍ଦିର ବେଢ଼ାରେ ପୂଜାଅର୍ଚ୍ଚନା ସହ ନୂତନ ପତାକାପ୍ରଦାନ
ସୁନ୍ଦରଗଡ଼ ଜିଲା, ହେମଗିରି ବ୍ଲକ ତା ୧/୫/୨୬(ନି ପ୍ର)
ସୁନ୍ଦରଗଡ଼ ଜିଲାର ହେମଗିରି ବ୍ଲକ୍ ଅନ୍ତର୍ଗତ ସମସ୍ତ ପ୍ରାକୃତିକ ଜାଗାର ଐତିହାସିକ ତଥା ଆଧ୍ୟାତ୍ମିକ କିମ୍ବଦନ୍ତୀ ମାନ ଭରିରହିଛି । ସେଥିମଧ୍ୟରୁ ବିଲେଇମୁଣ୍ଡା ରାସ୍ତା ଉପରେ ଏକ ମନ୍ଦିର ଅଛି ରକ୍ସା ବୁଢ଼ା ମନ୍ଦିର । ଏହି ମନ୍ଦିର ରେ ପୂଜା ପାଆନ୍ତି ଦେବାଧିଦେବ ଶିବଅଂଶ ରକ୍ଷାକର ବୁଢ଼ା ବାବା । ପୁରୁଣା ଲୋକଙ୍କ ଠାରୁ ଜଣାପଡ଼ିଛି ତାଙ୍କ ବାପାଅଜାଙ୍କ ଅମଳରେ ବା ରାଜାରାଜୁଡ଼ା ସମୟରେ ଉକ୍ତ ଦେବତାଙ୍କୁ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ରୂପରେ ସାହାଯ୍ୟ ସହଯୋଗ କରିଥିବାର ନଜିର ରହିଛି । ଅଞ୍ଚଳବାସୀ ଙ୍କ ଏତେ ଦୃଢ଼ବିଶ୍ୱାସ ଜେ ଜେକେହିବି ରାସ୍ତାରେ ଜିବା ଆସିବାବେଳେ ମୁଣ୍ଡନୁଆଇଁ କିମ୍ବା ଅଟକି ନମସ୍କାର୍ ହୋଇ ଯାଇଥାନ୍ତି ଜହା ଫଳ ସ୍ଵରୁପ କାହାରି କିଛିବି ଅନିଷ୍ଠ ହୁଏନାହିଁ ବରଂ ଶୁଭଫଳ ମିଳିଥାଏ । ଉକ୍ତ ମନ୍ଦିର ସାମନାରେ ଏକ ନଳକୂପ ଅଛି ଯେଉଁ ଥୀରେ କି ହାଣ୍ଡେଲ ମାରିବାକୁ ପଡ଼ିନଥାଏ ଆପେ ଆପେ ପାଣି ଝରିପଡ଼ୁଥାଏ । ବିଭିନ୍ନ ମାସର ପ୍ରତିଟି ସୁଭତିଥି ମାନଙ୍କରେ ପୂଜାଅର୍ଚ୍ଚନା ସହ ଭୋଜିଭାତ ର ଆୟୋଜନ ହୋଇଥାଏ । ବାବାଙ୍କ ମନ୍ଦିରରେ ନଡ଼ିଆ ଦିପଧୂପ ସହ ଗଞ୍ଜେଇ ଭୋଗ ଲାଗିଥାଏ । ଆଜି ବୈଶାଖ ପୂର୍ଣ୍ଣିମା ତିଥିରେ ହେମଗିରି କୋର୍ଟ ର ଯୁବ ଓକିଲ କୁଶ ପଧାନ ଓ ଧର୍ମପତ୍ନୀ କର୍ତ୍ତା ଭାବେ ପୂଜାଅର୍ଚ୍ଚନା କରାଇଥିଲେ । ଶ୍ରୀ ପଧାନ ଙ୍କ ପରିବାର ବର୍ଗଙ୍କ ସମେତ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ବାବାଙ୍କ ଆଶିର୍ବାଦ ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ ।
