ଅଶାନ୍ତ ସଂସାର: କଳହରୁ ଚାଲିଗଲା ଜୀବନ
ସୋର ୩୦/୪(ଜ୍ୟୋତିପ୍ରକାଶ ଦୀକ୍ଷିତ, ଭଞ୍ଜଦୂତ, ସୋର) : ପାରିବାରିକ କଳହ ରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ସୋର ଥାନା ମାଣତ୍ରୀ ପଞ୍ଚାୟତ ଗୋପାଳପୁର ଗ୍ରାମରେ ପାରିବାରିକ କଳହରୁ ବେକରେ ରଶି ବାନ୍ଧି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ବିଶେଶ୍ୱର ବେହେରା (୩୮) ଆଜି ଅପରାହ୍ନରେ ମାନସିକ ଭାରସାମ୍ୟ ହରାଇ ନିଜ ଶୋଇବା ଘରେ ଫ୍ୟାନରେ ରଶି ବାନ୍ଧି ଝୁଲି ପଡ଼ିଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ମେଡ଼ିକାଲରେ ପହଞ୍ଚି ୨୭/୨୬ ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
