ଅଲୋଡ଼ା ହୋଇଛନ୍ତି ଦଳଡ଼ିଆଁ ନେତା ?
ତା-୨୭/୦୪/୨୬
ଦଶରଥପୁର
ରିପୋର୍ଟର- ମାନସ କୁମାର ସାହୁ
ଆସୁଛି ପଞ୍ଚାୟତ ନିର୍ବାଚ଼ନ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚ଼ନ ମଣ୍ଡଳୀରେ ଥିବା ପଞ୍ଚାୟତଗୁଡିକରେ ସରକାର ବଦଳିଥିବା କୁ ଲକ୍ଷ୍ୟ କରି କିଛି ନେତା ଦଳଡ଼ିଆଁ କରିଥିଲେ. ଯାହା ଆଜି ଅଲୋଡ଼ା ହୋଇ ପଡ଼ିଥିବା ଜଣାପଡୁଛି. ନିଜ ଦଳରେ ଥିବା ବେଳେ ସେମାନଙ୍କୁ ଯେଉଁ ମିଳୁଥିବା ଭଲ ପାଇବା ଏବଂ ଗୁରୁତ୍ୱ ନୂତନ ଦଳରେ ତାହା ଆଉ ଦେଖିବାକୁ ମିଳୁନାହିଁ. ନୂତନ ଦଳରେ ଏହି ନେତାମାନେ ଅଲୋଡ଼ା ହୋଇ ପଡ଼ିଥିବା ବେଳେ ସେମାନଙ୍କ ରାଜନୈତିକ ଭବିଷ୍ୟତ ସଙ୍କଟଘେରକୁ ଚ଼ାଲି ଆସିଛି. ରାଜ୍ୟ ରେ ବିଜେପି ଶାସନ ଗାଦି ରେ ଥିବା ବେଳେ ସେମାନଙ୍କୁ ସହଜ ମନେ କରିପାରୁ ନାହାଁନ୍ତି. ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ କିଛି ହେଭିୱେଟ ନେତା ଦଳ ଛାଡି ଅନ୍ୟ ଦଳରେ ମିଶିଥିଲେ. ଏହି ମିଶ୍ରଣକୁ ଅଧିକ ପ୍ରଚାରଭିମୁଖୀ କରିବାକୁ କିଏ ରାଜଧାନୀ ପାର୍ଟି କାର୍ଯ୍ୟାଳୟରେ ତ କିଏ ଜିଲ୍ଲା କାର୍ଯ୍ୟାଳୟରେ ଅବା କିଏ ସଭାମଞ୍ଚରେ ତ ଆଉ କେହି ନିର୍ବାଚ଼ନ ପ୍ରଚାର ମଞ୍ଚରେ ଯୋଗ ଦେଇଥିଲେ. ସେତେବେଳେ ଏହି ଦଳଡ଼ିଆଁ ନେତା ଙ୍କ ଗୁରୁତ୍ୱ ବଢିଥିଲା. କିନ୍ତୁ ବର୍ତ୍ତମାନ ସେହି ଦଳଡ଼ିଆଁ ନେତାଙ୍କୁ କମ୍ ଦେଖିବାକୁ ମିଳୁଥିବା ବେଳେ ସେହି ନେତା ସବୁ ଅଲୋଡ଼ା ହୋଇ ପଡ଼ିଥିବା ଯାହା ଅନୁମାନ କରାଯାଉଛି. ଗୁରୁତ୍ୱ ମିଳୁନଥିବା କାରଣରୁ ଅଧିକାଂଶ ଦଳଡ଼ିଆଁ ନେତା ମନମାରି ବସିଛନ୍ତି. କିଛି ନେତା ପଦ ପଦବୀ ଓ ଦାୟିତ୍ୱ ପାଇଁ ଦଳ ପରିବର୍ତ୍ତନ କରିଥିଲେ. ନିର୍ବାଚନ ସ୍ୱାର୍ଥକୁ ଲକ୍ଷ୍ୟ କରି ଦଳ ରେ ସେମାନଙ୍କୁ ସାମିଲ କରାଯାଇଥିଲା ମାତ୍ର ଶତ ପ୍ରତିଶତ ସହମତ ଏମାନଙ୍କ ସହ ନଥିଲା. ଯାହାଦ୍ଵାରା ଦଳଡ଼ିଆଁ ନେତାମାନଙ୍କ ଗୁରୁତ୍ୱ କମି ଯାଇଛି ବୋଲି ଅନୁମାନ କରାଯାଉଛି. ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ଏହି ଦଳଡ଼ିଆଁ ନେତାମାନଙ୍କୁ ଦଳୀୟ ସ୍ଵାର୍ଥରେ ବିନିଯୋଗ କରାଯିବ ନାଁ କିଛି ପୁରୁଣା ନେତାଙ୍କ ଭଳି ଅଣଦେଖା କରାଯିବ ତାହା ଦେଖିବାକୁ ବାକି ରହିଲା ?
