ବିଦ୍ୟୁତ ସଂସ୍ପର୍ଶରେ ଜଣେ ମୃତ l
ରେଢ଼ାଖୋଲ ନାକଟିଦେଉଳ:ତା 14/04-(ଭଂଜଦୂତ )ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ଗ୍ରାମର ଧନୁ ରାଉତଙ୍କ(55) ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ଟା ସମୟରେ ନିଜ ଘର ପାଖରେ ଥିବା ବରଗଛକୁ ଛେଳି ଖାଇବା ପାଇଁ ଡାଳ କାଟିବାକୁ ଯାଇଥିବା ସମୟରେ ପାଖରେ ଥିବା 33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ଘଟଣା ସ୍ଥଳରେ ଧନୁଙ୍କ ମୃତ୍ୟୁ ହୋଇଥିଲା | ତେବେ ଘଟଣା ଜାଣିବା ପରେ ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ ତେବେ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ସେଠାରେ ପହଞ୍ଚି ନଥିଲା | କ୍ଷତି ପୂରଣ ଦାବିରେ ଦୀର୍ଘ 5ଘଣ୍ଟା ଧରି ଶବ ପଡି ରହିଥିଲା | ପରେ ମଧ୍ୟାହ୍ନ 12ଟା ବେଳେ ବିଦ୍ୟୁତ ବିଭାଗ ପହଞ୍ଚି ପରିବାରର ଜଣକୁ ଚାକିରୀ ଦେବାପାଇଁ ପ୍ରତିଶୃତି ଦେବା ପରେ ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା ଜଣା ପଡିଛି |
