ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର, ଜଣେ ଆହତ,
,
ବେତନଟୀ,୧୩/୪ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧିନ ୧୮ନମ୍ବର ଜାତୀୟ ରାଜପଥର ବଙ୍ଗଳା ଛକ ଠାରୁ ୫ ଶହ ମିଟର ଦୂରରେ ଥିବା ପେଟ୍ରୋଲ ପମ୍ପ ନିକଟରେ,ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୭ ଟା ସମୟରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଏକ ମାରୁତି ଆର୍ଟିଗା କାର ଯୋଗେ ଜଗନ୍ନାଥ ଦର୍ଶନ ପାଇଁ ଦିଲ୍ଲୀରୁ ପୁରୀ ଯାଉଥିବା ସମୟରେ ବେତନଟୀର ବଙ୍ଗଳା ଛକ ଠାରୁ ଅନତି ଦୂରରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ବାମ ପଟୁ ଧକ୍କା ଦେଇ ଫେରାର ହୋଇଯାଇଛି, ଏଥିରେ ସୁଖବିର୍ ସିଂ (୫୫) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ବଡ ପୁଅ ଅଜୟ ସିଂ (୩୮) ଅଳ୍ପ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାରଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି, ଘଟଣା ସ୍ଥଳରେ ଉପସ୍ଥିତ ବେତନଟୀ ବ୍ଲକ ମିଡିଆ ଆସୋସିଏସନର ସଦସ୍ୟ ହରିଶ ଚନ୍ଦ୍ର ସାମଲ ଓ ଭବାନି ଶଙ୍କର ପରିଡା ଆହତଙ୍କୁ ଅଟୋ ଯୋଗେ ବେତନଟୀ ମେଡିକାଲକୁ ନେଇଥିଲେ।ଦୁଇଜଣ ଆହତଙ୍କୁ ବେତନଟୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜଣେ ଗୁରୁତର କୁ ବାରିପଦା ପି ଆର ଏମ ମେଡିକାଲ କଲେଜ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଇ ଥିଲେ। ତା ସହିତ ୧୧୨ କୁ ଫୋନ କରି ଏହି ଦୁର୍ଘଟଣା ବାବଦ ରେ ଜଣାଇଥିଲେ। ବେତନଟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର ଟି କୁ ଜବତ କରି ତଦନ୍ତ ଆରମ୍ବ କରିଛି।ନା ଅଧିନ ୧୮ନମ୍ବର ଜାତୀୟ ରାଜପଥର ବଙ୍ଗଳା ଛକ ଠାରୁ ୫ ଶହ ମିଟର ଦୂରରେ ଥିବା ପେଟ୍ରୋଲ ପମ୍ପ ନିକଟରେ,ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୭ ଟା ସମୟରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଏକ ମାରୁତି ଆର୍ଟିଗା କାର ଯୋଗେ ଜଗନ୍ନାଥ ଦର୍ଶନ ପାଇଁ ଦିଲ୍ଲୀରୁ ପୁରୀ ଯାଉଥିବା ସମୟରେ ବେତନଟୀର ବଙ୍ଗଳା ଛକ ଠାରୁ ଅନତି ଦୂରରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ବାମ ପଟୁ ଧକ୍କା ଦେଇ ଫେରାର ହୋଇଯାଇଛି, ଏଥିରେ ସୁଖବିର୍ ସିଂ (୫୫) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ବଡ ପୁଅ ଅଜୟ ସିଂ (୩୮) ଅଳ୍ପ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାରଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି, ଘଟଣା ସ୍ଥଳରେ ଉପସ୍ଥିତ ବେତନଟୀ ବ୍ଲକ ମିଡିଆ ଆସୋସିଏସନର ସଦସ୍ୟ ହରିଶ ଚନ୍ଦ୍ର ସାମଲ ଓ ଭବାନି ଶଙ୍କର ପରିଡା ଆହତଙ୍କୁ ଅଟୋ ଯୋଗେ ବେତନଟୀ ମେଡିକାଲକୁ ନେଇଥିଲେ।ଦୁଇଜଣ ଆହତଙ୍କୁ ବେତନଟୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜଣେ ଗୁରୁତର କୁ ବାରିପଦା ପି ଆର ଏମ ମେଡିକାଲ କଲେଜ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଇ ଥିଲେ। ତା ସହିତ ୧୧୨ କୁ ଫୋନ କରି ଏହି ଦୁର୍ଘଟଣା ବାବଦ ରେ ଜଣାଇଥିଲେ। ବେତନଟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର ଟି କୁ ଜବତ କରି ତଦନ୍ତ ଆରମ୍ଭ କରିଛି।
