ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି ବଡ଼ ବଡ଼ ଗାତ, ନିଦ ଭାଙ୍ଗୁନି କି NHAI କର୍ତ୍ତୃପକ୍ଷଙ୍କର?
ମାଥିଲି ନିପ୍ର: ଶ୍ରୀଧର ପାଢ଼ୀ (ଭଞ୍ଜଦୂତ ଖବର)
ସୂଚନା ଅନୁଯାୟୀ ଜାତୀୟ ରାଜପଥ ଉପରେ ବଡ଼ ବଡ଼ ଗାତ। ଯାତାୟାତ କରିବା ଏବେ ଯାତ୍ରୀ ଓ ଯାନବାହନ ଚାଳକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି।
ଜୟପୁର ରୁ ମାଲକାନାଗିରି ରାସ୍ତାର ଏଭଳି ଦୁରବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ, ରାଜପଥର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା NHAI କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ଉଠିଛି ପ୍ରଶ୍ନ।
ରାସ୍ତାରେ ଏତେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ମରାମତି ପାଇଁ କାହିଁକି ତତ୍ପରତା ପ୍ରକାଶ ପାଉନାହିଁ? କୌଣସି ବଡ଼ ଦୁର୍ଘଟଣା ଘଟିବା ପରେ ହିଁ କର୍ତ୍ତୃପକ୍ଷଙ୍କ ଚେତା ପଶିବ କି? ଏଭଳି ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି।
ଜାତୀୟ ରାଜପଥ ହେଉଛି ଯାତାୟାତର ଏକ ପ୍ରମୁଖ ମାଧ୍ୟମ। ଏହାର ଦୁରବସ୍ଥା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି। ତଥାପି ମରାମତି କେବେ ହେବ, ସେନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ଉତ୍ତର ମିଳୁନଥିବା ଅଭିଯୋଗ ହେଉଛି।
ଜନସାଧାରଣଙ୍କ ଦାବି— ତୁରନ୍ତ ରାସ୍ତାର ଦୁରବସ୍ଥା ଯାଞ୍ଚ କରାଯାଇ ଗାତଗୁଡ଼ିକର ମରାମତି କରାଯାଉ। ଏଥିସହ ଦାୟିତ୍ୱରେ ଥିବା ବିଭାଗ ଏହି ସମସ୍ୟାର ସମାଧାନ ପାଇଁ କେବେ ପଦକ୍ଷେପ ନେବ, ତାହା ସ୍ପଷ୍ଟ କରୁ।
