ତେଲେଙ୍ଗା କଟୁରୀରେ ହାଣି ଲୁଟିନେଲେ ପାଞ୍ଚ ଲକ୍ଷ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର):: ସୋର ଥାନା ରୁ ଅନନ୍ତପୁର ଥାନା ଅଲଗା ହେବା ପରେ ଅନନ୍ତପୁର ଥାନା ଅଧିନରେ ବିଭିନ୍ନ ସ୍ଥାନରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। ଗତ ଦୁଇଦିନ ତଳେ ଜଣେ ମାଛ ବ୍ୟବସାୟୀ ଙ୍କୁ ଭୁଜାଲି ଦେଖାଇ ତାଙ୍କ ପାଖରୁ ମୋବାଇଲ ଏବଂ ଟଙ୍କା ଲୁଟ୍ କରିଥିବା ବେଳେ ଆଜି ଜଣେ ବ୍ୟକ୍ତି ଙ୍କ ଗାଡିକୁ ହାଣି ୫ଲକ୍ଷ ଟଙ୍କା ଲୁଟ୍ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଅନନ୍ତପୁର ଥାନା ଅନ୍ତର୍ଗତ ବାରିକପୁର ଛକରେ ମାନସ କୁମାର ମିଶ୍ର ରାଣୀତାଲ, ମାର୍କୋଣା ଏବଂ ସୋର ରୁ ରେଲୱେ ଟିକେଟ ପଇସା କଲେକ୍ସନ କରି ବାଲେଶ୍ୱର କୁ ଫେରୁଥିବା ବେଳେ ବାରିଖପୁର ଛକ ନିକଟରେ ଦୁଇଟି ମଟର ସାଇକେଲ ରେ ପାଞ୍ଚଜଣ ଯୁବକ ଗାଡିକୁ ଅଟକାଇ ତେଲେଙ୍ଗା କଟୁରୀରେ ଗାଡିର ଟାଙ୍କି କୁ ହାଣି ପରେ ହାତକୁ ହାଣି ପଞ୍ଚଲକ୍ଷ ଲୁଟି ନେଇ ମଟର ସାଇକେଲ ରେ ସୋର ଆଡକୁ ଦ୍ରୁତଗତିରେ ପଳାଇଯାଇଥିଲେ. ଫଳରେ ଶ୍ରୀ ମିଶ୍ର ୧୧୨କୁ କଲ କରି ଜଣାଇଥିଲେ ମଧ୍ୟ ୧୧୨ଦୁଇଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ଏହା ସୋର ଥାନା ରେ ଯାଉନି ଅନନ୍ତପୁର ଥାନା ରେ ଯାଉଛି ବୋଲି କହି ପଳାଯାଇଥିଲେ. ଅନନ୍ତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶ୍ରୀ ମିଶ୍ର ଙ୍କୁ ଉଦ୍ଧାର କରିଥିଲେ ଶ୍ରୀ ମିଶ୍ର ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇ ଅନନ୍ତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି. ଅନନ୍ତପୁର ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଜାରି ରଖିଛି
