ପୋଲିସ ଉପରେ ଆସ୍ଥା ହରେଇ ଚୋରି ଘଟଣାରେ ଅଭିଯୋଗ କଲେନାହିଁ ଗ୍ରାମବାସୀ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) :: ଆଜି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ପଞ୍ଚାୟତର ବାଉଁଶ ଖୁଣ୍ଟା ଗ୍ରାମରେ । ଯାତ୍ରା ଦେଖିବାର ସୁଯୋଗ ନେଇ କଳାକନା ବୁଲାଇ ଛନ୍ତି ଦୁର୍ବୃତ। ଗତକାଲି ରାତିରେ ଯାତ୍ରା ଦେଖିବା ପାଇଁ ପରିବାରବର୍ଗ ସମସ୍ତେ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଘର ପଛପଟେ ତାର ଜାଲି ଡେଇଁ ଦୁଇଟି ଘରର ୬ ଟି ତାଲା ଭାଙ୍ଗି ଦୁଇଟି ଗଡରେଜ ରୁ ସୁନା ରୁପା ଗହଣା ସହିତ ନଗଦ ଟଙ୍କା ଲୁଟ୍ ସହିତ ଆନୁମାନିକ ୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହୋଇଥିବା ଅଭିଯୋଗ ହୋଇଛି। ଘରର ମାଲିକ ସଞ୍ଜୟ ମାଝୀ ଭୋର ସମୟରେ ଆସି ଦେଖିବାକୁ ପାଇଥିଲେ। ଏହା ସହିତ ଡିଜେଲ ପାଣି ମଟର ମଧ୍ୟ ଚୋରି ହୋଇଥିବା ଦେଖିବାକୁ ମିଳିଛି। ଏହା ଦେଖି ସମସ୍ତ ଗ୍ରାମବାସୀ ମାନଙ୍କୁ ଫୋନ୍ କରି ଡ଼ାକି ସମସ୍ତ ଉପସ୍ଥିତ ରେ କବାଟ ଖୋଲି ଭିଡିଓ ଉତ୍ତୋଳନ କରିଥିଲେ । ଆଶ୍ଚର୍ଯ୍ୟ କଥା ଯେ ଖବର ଲେଖାଯିବା ପର୍ଯ୍ୟନ୍ତ ସେ କିନ୍ତୁ ଥାନା ରେ ଅଭିଯୋଗ କରିନଥିଲେ। ତାଙ୍କର କହିବା ଅନୁଯାୟୀ ପୋଲିସ ଓ ପ୍ରଶାସନ ଉପରେ ତାଙ୍କର ବିଶ୍ବାସ ଓ ଆସ୍ଥା ହରେଇ ବସିଛନ୍ତି ।କାରଣ ନ୍ୟାୟ ଆଶାରେ ଅଭିଯୋଗ କଲେ ସୁଧା ନ୍ୟାୟ ମିଳିବା ଆଶା କ୍ଷୀଣ ଦେଖିବାକୁ ମିଳୁଛି। ତେଣୁ ଯାହା ଗଲାଣି ତ ଗଲାଣି ମୁଁ ଅଭିଯୋଗ କଲେ କଣ ମିଳିପାରିବ ବୋଲି କହି ଅଭିଯୋଗ ନ କରିଥିବା ମତପ୍ରକାଶ କରିଛନ୍ତି।
