*ଖଡିଆଳ ଲାଲସାହେବ୍ ପଡ଼ା ସଡ଼କ ଉପରେ ବେପରବା ଗାଡ଼ି ଚାଳନା, ଏକ ନିର୍ବାକ ପ୍ରାଣୀ ଗାଈକୁ ଡମ୍ଫର ଧକ୍କା, ଗାଈର ସାମ୍ନା ଗୋଡ଼ରୁ ବ୍ୟାପକ ରକ୍ତ ବାହାରି, ଖଡିଆଳ ପ୍ରାଣୀ ଚିକିତ୍ସା ଅଧିକାରୀ ଆସି ଚିକିତ୍ସା କରିଥିଲେ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୩.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ସହରରେ ଡମ୍ଫର ମାନେ ବ୍ୟାପକ ମାତ୍ରାରେ ବାଲି ଏବଂ ଗୃହ ବ୍ୟବହୃତ ସାମଗ୍ରୀ ନେଇ ଯାତାୟତ କରୁଛନ୍ତି। ଫଳରେ ଆଜି ଏକ ସଡ଼କ ଦୁର୍ଘଟଣା ରେ ନିର୍ବାକ ପ୍ରାଣୀ ଗୋରୁ ମାତା ଗାଈ ଏ ସମ୍ମୁଖ ଗୋଡ଼ ଆଘାତ ହୋଇ ବ୍ୟାପକ ରକ୍ତସ୍ରାବ ହୋଇଥିଲା। ଖଡିଆଳ ପ୍ରାଣୀ ଚିକିତ୍ସା ଅଧିକାରୀ ଆସି ତୁରନ୍ତ ଚିକିତ୍ସା କରିଥିଲେ। ଗାଈ ମାଲିକ ନାରାୟଣ ପୁଞ୍ଜି ଆସି ଗାଈ କୁ ନିଜ ଘରକୁ ନେଇଥିଲେ। ଡିଏମ୍ଫର୍ ଚାଲାକ୍ ମାନେ ବେପରବା ଗାଡ଼ି ଚାଳନା ସହ ମଦ୍ୟପ କରି ଗାଡ଼ି ଚାଳନା କରୁଛନ୍ତି। ଭିଡ ସମୟରେ ଏଭଳି ଗାଡ଼ି ଚାଳନା ଦ୍ୱାରା ଦୁର୍ଘଟଣା କୁ ଏଡାଇ ଦିଆ ଯାଇନପାରି। ଦୀର୍ଘ ଦିନର ଦାବୀ ଖଡିଆଳ ସହର କୁ ଏକ ବାଇପାସ୍ ଆବଶ୍ୟକ ଅଟେ। ଖଡିଆଳ ଟାଉନ୍ ବାଇପାସ୍, ସଗୁନଡୁଙ୍ଗରି ୩୫୩ ନମ୍ୱର୍ ଜାତୀୟ ରାଜପଥ ରୁ ବାହାରି ଚିନ୍ଦାଗୁଡା ନିକଟ (ବୋଡ଼େନ ରାସ୍ତାକୁ ସଂଯୋଗ କରିବ) ଦେଇ ବିଜେପୁର ମଡେଲ ଡିଗ୍ରୀ କଲେଜ୍ ପଛ ପେଟ ଦେଇ ପୁଟୁ ପଡ଼ା । (ସିନାପାଲି ମୁଖ୍ୟ ସଡ଼କ କୁ ସଂଯୋଗ) ସେଠାରୁ ରାଣୀପୁର ଗ୍ରାମ ନିକଟରୁ ୧୬ ନମ୍ବର (ରାଜ୍ୟ ରାଜପଥ କୁ ସଂଯୋଗ ) କରି ପଦ୍ମପୁର ଗ୍ରାମ ଠାରେ ପୁଣି ୩୫୩ ଜାତୀୟ ରାଜପଥ ସଂଯୋଗ କରିବ।
