ଛତର ଯାତ୍ରାରେ ସ୍ୱାଗତ ଆଇଟିଆଇର ଜଳସେବା, ବଣ୍ଟନ ହେଲା ୪ ହଜାର ପାଣି ବୋତଲ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା, ୧୯।୧୦ (ନିଜସ୍ୱ ପ୍ରତିନିଧି): ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ୱାଗତ ଆଇଟିଆଇ, ଭବାନୀପାଟଣା ପକ୍ଷରୁ ଜଳସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଜଳଛତ୍ର ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ପ୍ରାୟ ୪ ହଜାର ଛୋଟବଡ଼ ପାଣି ବୋତଲ ସହ ବିସ୍କୁଟ ବଣ୍ଟନ କରାଯାଇଥିଲା।
ଏହି ସେବା କାର୍ଯ୍ୟକ୍ରମରେ ସ୍ୱାଗତ ଆଇଟିଆଇର ନିର୍ଦ୍ଦେଶିକା ଇଞ୍ଜିନିୟର ପ୍ରୀତି ପଟ୍ଟନାୟକ, ଅଧ୍ୟକ୍ଷ ଶଙ୍କର ସେଠୀ, କର୍ମଚାରୀ କରଣ ସେଠୀ, ଛବିଲାଲ ମାଝୀ, ଭାଗ୍ୟବାନ ବୈକାରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
ଏଥିରେ ଯୁବ ସମାଜସେବୀ ଧୃତି ସୁନ୍ଦର ଦାସ,ବିମଲା କନଭେଣ୍ଟ ସ୍କୁଲର ହେଡ୍ ଗାର୍ଲ ସୁଧୃତି ଦାସ, ଭବାନୀପାଟଣା ନଗରମଣ୍ଡଳ ବିଜେପିର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଅନାମ ନାୟକ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନବନିର୍ବାଚିତ ସଭାପତି ଆର୍ଯ୍ୟI ନାୟକ, ଏବିଭିପିର ଜିଲ୍ଲା ଛାତ୍ରନେତା ହିତେଶ ସାହୁ, ରାଜ୍ୟପାଳ ପୁରସ୍କୃତ ବରିଷ୍ଠ ଶିକ୍ଷକ ଦିଲେଶ୍ୱର ରଣା ଏବଂ ଧରିତ୍ରୀର ଜିଲ୍ଲା ସଂଯୋଜକ ଉତ୍ତମ ଦାସ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ଓ ବିସ୍କୁଟ ବଣ୍ଟନରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସ୍ୱାଗତ ଆଇଟିଆଇର ନିର୍ଦ୍ଦେଶିକା ଇଞ୍ଜିନିୟର ପ୍ରୀତି ପଟ୍ଟନାୟକ ସମସ୍ତ ଅତିଥି, ସହଯୋଗୀ ଓ କର୍ମକର୍ତ୍ତାଙ୍କୁ ତଥା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ମା’ ମାଣିକେଶ୍ୱରୀଙ୍କ ନିକଟରେ ସମଗ୍ର କଳାହାଣ୍ଡି ଜିଲ୍ଲା ତଥା ଭବାନୀପାଟଣାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।
ଛତର ଯାତ୍ରାକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଜଳସେବା ଯୋଗାଇ ଦେବାର ଏହି ପ୍ରୟାସ ସାମାଜିକ ସେବା ଓ ମାନବିକତାର ଏକ ଉଦାହରଣ ପାଲଟିଥିଲା।
