୧୪୯ ନଂ ରାଜପଥରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର
ଗୋତମରା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ରାଜପଥରେ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ!
ବଅଁରପାଳ: ମନୋଜ ରାଉତ (ନିପ୍ର): ପୁଣି ଦୁର୍ଘଟଣାରେ ଥରିଲା ଜାତୀୟ ରାଜପଥ! ୧୪୯ ନଂ ଜାତୀୟ ରାଜପଥର ବଅଁରପାଳ ଗୋତମରା ଛକ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।
ଦୁଇ ବାଇକ୍ ମଧ୍ୟରେ ଏଭଳି ଭୟଙ୍କର ଧକ୍କା ଘଟିବା ପରେ ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଆହତଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଅପେକ୍ଷାରେ ରହିଛି।
ପ୍ରଶ୍ନ ଉଠୁଛି—ଆଉ କେତେ ଦୁର୍ଘଟଣା ଘଟିଲେ ରାଜପଥରେ ଯାତାୟାତ ସୁରକ୍ଷାକୁ ନେଇ ଅଧିକ ସତର୍କତା ବଢ଼ିବ? ଦ୍ରୁତଗତି, ଅସାବଧାନତା ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଯେପରି କାହାର ଜୀବନ ପାଇଁ ବିପଦ ନ ସାଜେ, ସେଥିପାଇଁ ସମସ୍ତେ ସଚେତନ ହେବା ଜରୁରୀ।
